ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଏଡିଏସ୍ ସଭା ଗୃହ ଠାରେ ଗୁମ୍ମା ବ୍ଲକ ଗାଆଁ ସାଥୀ (ମେଟ୍) ମାନଙ୍କ ଦକ୍ଷତା ଅଭିବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଗାଆଁ ସାଥୀ (ମେଟ୍) ସଙ୍ଘ ସଭାପତି ଶ୍ରୀ ରାସିନ୍ତ ଶବରଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଅକ୍ଷୟ କୁମାର ବିଷୋୟୀ ରତ୍ନ ଏଥିରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମନରେଗା ଯୋଜନାର ଉଦ୍ଦେଶ୍ୟ, ଠିକାଦାର ମାନଙ୍କ ଲୁଟରୁ ଶ୍ରମିକଙ୍କୁ ରକ୍ଷା କରିବା, ଦାଦନ ଶ୍ରମିକ ପ୍ରଥା ବନ୍ଦ କରିବା,ଶହେ ଦିନର କାମ କରି ବର୍ଷକର ଜୀବିକା ଅର୍ଜନ କରିବା, ଫଳକ ତିଆରି, ହିତାଧିକାରୀ ମାନଙ୍କୁ ମଜୁରୀ ପୈଠ ବ୍ୟବସ୍ଥା, କାର୍ଯ୍ୟ ସ୍ଥଳୀରେ ଆବଶ୍ୟକ ଥିବା ସୁବିଧା ସୁଯୋଗ ଇତ୍ୟାଦି ବିଷୟ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭୌଗଳିକ ସୂଚନା ପ୍ରଣାଳୀ ବିଶେଷଜ୍ଞ କେଦାର ନାଥ ପଣ୍ଡା, ପ୍ରାକୃତିକ ସମ୍ପଦ ପରିଚାଳନା ବିଶେଷଜ୍ଞ ସ୍ଵରାଜ୍ୟ କୁମାର ସାହୁ, ସହାୟକ କମ୍ପ୍ୟୁଟର ଅପରେଟର ଜୀବିତ ମାଛ, ଗୁମ୍ମା ବ୍ଲକ ଗାଆଁ ସାଥୀ (ମେଟ୍)ସଙ୍ଘ ଉପସଭାପତି ଆମନ୍ ଭୂୟାଁ, ସମ୍ପାଦକ ଆସିକ୍ ଗମାଙ୍ଗ, କୋଷାଧ୍ୟକ୍ଷ ତିମତି ନାୟକ, କମିଟି ସଦସ୍ୟ ଅରେସ ଦଳବେହେରା, ବେଞ୍ଜାମିନ ଗମାଙ୍ଗ, ଜେଶମିନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।