ରାୟଗଡ଼ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ..

ରାୟଗଡ଼(ଟିକିଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ସ୍ଥିତ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ତିନଦିନ ଧରି ଚାଲି ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ଦୂରତା ଦୌଡ, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ସଟଫୁଟ, ମ୍ୟୁଜିକଲ ଚେୟାର, ଆଦି ବିଭିନ୍ନ ପ୍ରକାର କ୍ରୀଡା ଗୁଡ଼ିକ ବରିଷ୍ଟ ଓ କନିଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବ ସକାଶେ ରାୟଗଡ଼ ଜଗନ୍ନାଥ ମନ୍ଦିର ଠାରୁ ମଶାଲ ଜ୍ୟୋତି ଅଣାଯାଇ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଏବିଇଓ ଏସ୍. ପାପା ରାଓ ଯୋଗ ଦେଇ ଉଦଘାଟନ କରିଥିଲେ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରାଙ୍କ ସଭାପତିତ୍ବ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଏବିଇଓ ଏସ୍. ପାପା ରାଓ, ମୋ ସ୍କୁଲ ସଭା ପତି ବି, କୃଷ୍ଣ ଚନ୍ଦ୍ର ପାତ୍ର ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ରାମ ପାଇକ ଓ କମିଟି ସଭ୍ୟ ପ୍ରଶାନ୍ତ କୁମାର ପାଇକ, ଅକ୍ଷୟ ପାଇକ ଓ କ୍ରୀଡା ଶିକ୍ଷକ ପ୍ରମୁଖ ମଞ୍ଚାଷିନ ଥିଲେ। କ୍ରୀଡା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଶେଷରେ କ୍ରୀଡା ପତାକା ଅବତରଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ