ବାଲିଗୁଡା(ସିବନ୍ତ ଡିଗାଲ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗାଁରେ ଘଟିଛି ଅଘଟଣ । ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗାଁରେ । ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା କିଛି ବୁଝିବା ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଦୋକାନୀ ଜଣକ ଯଦିବି ଗୁରୁତର ଆହତ ହୋଇଛନ୍ତି କିନ୍ତୁ ଜୀବନ ରକ୍ଷା ପାଇଛି । ଦୋକାନୀ ବାଟାଗୁଡା ପଞ୍ଚାୟତ ପାଲୁମକିଆ ଗାଁର ରତନ ଦିଗାଲ ବୋଲି ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସଙ୍ଗେ ସଙ୍ଗେ ଅଟୋ ଯୋଗେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପହଞ୍ଚେଇ ଥିଲେ । ବର୍ତ୍ତମାନ୍ ସେ ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି । ଖବର ପାଇ ବାଲିଗୁଡ଼ା ଅଗ୍ନିଶମ ବାହିନୀର ପହଞ୍ଚି ନିଆଁକୁ ଆୟତ କରି ଥିଲା । ବାଲିଗୁଡ଼ା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଛି ସେ ନେଇ ତଦନ୍ତ କରୁଥିବା ଜଣାପଡିଛି । ବର୍ତ୍ତମାନ୍ ଏଭଳି ଦୁର୍ଘଟଣା ହେବା ପରେ ଅଞ୍ଚଳର ଭୟର ବାତାବରଣ ସୃଷ୍ଟି ହେଉଛି ।