ଭଞ୍ଜନଗର(ନିଲୁ ବିଷୋୟୀ): ନୂଆଦିଲ୍ଲୀ ଠାରେ ଆୟୋଜିତ ସର୍ବ ଭାରତୀୟ ଡିଏଭି ସ୍କୁଲ ଜାତୀୟ ତାଇକୋଣ୍ଡ ଚାମ୍ପିୟନସିପରେ ଭଞ୍ଜନଗରର ୨ ଜଣ ଛାତ୍ର କୃତୀତ୍ବ ହାସଲ କରିଛନ୍ତି । ଡିସେମ୍ବର ୪ ଓ ୫ ଦୁଇଦିନ ଧରି ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ସାରା ଦେଶର ୩୦୦ ଶହରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ୧୭ ବର୍ଷରୁ କମ୍ ବର୍ଗରେ ଭଞ୍ଜନଗରର ପ୍ରତ୍ୟୁଷ୍ କୁମାର ପ୍ରଧାନ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଆୟୁଷ ପଣ୍ଡା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ପ୍ରତିଯୋଗୀତା ସରିବା ପରେ ଭଞ୍ଜନଗର ଠାରେ ପହଞ୍ଚିବା ପରେ ସେମାନଙ୍କୁ ସ୍କୁଲର ପ୍ରଧାନ ଶିକ୍ଷକ ବାସୁଦେବ ପାଣିଗ୍ରାହୀ, କୋଚ୍ ପ୍ରାଣକୃଷ୍ଣ ଗୌଡ଼ଙ୍କ ସମେତ ବହୁ ତାଇକୋଣ୍ଡ ଏକାଡେମୀର ଛାତ୍ରଛାତ୍ରୀ ଅଭିଭାବକ ଓ ପରିବାର ଲୋକ ଭବ୍ୟ ସ୍ବାଗତ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପରେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।