ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ତହସିଲ ପକ୍ଷରୁ ଶନିବାର ଦିନ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି । ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ପ୍ରଧାନ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ, ବିଧାୟକ ପ୍ରତିନିଧି ପିଟର ଦିଗାଲ, ସାଂସଦ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଏନ୍ ଜି ଓ ପ୍ରଧାନର ଡମ୍ବୁରୁ ଧର ଦିଗାଲ, ଏଫ୍ ଆର ଏ ସେଲର ସୈଲ୍ୟ ପ୍ରଧାନ, ପ୍ରଦୀପ ସାହୁ , କାଶୀନାଥ ପ୍ରଧାନ, ଟୁନା ବେହେରା, ରଂଜିତ ପ୍ରଧାନ, ଆର୍ ଆଇ ସୁବ୍ରତ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ l ଜଙ୍ଗଲ ଜମି ପଟ୍ଟା ନିମନ୍ତେ ହିତାଧିକାରୀମାନେ ଆଗରୁ ଆବେଦନ କରିଥିଲେ l ଭୁଲେଖ ରେକର୍ଡ ଭୁକ୍ତ ହୋଇଥିବା ୨୦୭ଜଣ ହିତାଧିକାରୀମାନଙ୍କୁ ଏହି ରାଜସ୍ବ ମେଳା ଜରୀଆରେ ପଟ୍ଟା ପ୍ରଦାନ କରାଯାଇ ଥିବା ନେଇ ତହସିଲଦାର ଶ୍ରୀ ଶବର ସୂଚନା ପ୍ରଦାନ କରିଛନ୍ତି ।