ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଧାୟକଙ୍କୁ ସ୍ମାରକପତ୍ର ପ୍ରଦାନ….

ଭଞ୍ଜନଗର(ନିଲୁ ବିଷୋୟୀ): ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ସମସ୍ତ ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ବିଦ୍ୟାଳୟ,ଛାତ୍ର ଛାତ୍ରୀ, ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ସ୍ମାରକ ପତ୍ର ପ୍ରଦାନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ରାଜ୍ୟ ସଂଘର ଯୁଗ୍ମ ସାଧାରଣ ସମ୍ପାଦକ ସୁଦାମ ଦଳବରାଙ୍କ ନେତୃତ୍ୱରେ ରବିବାର ୬ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଠିକା ନିଯୁକ୍ତି ଉଛେଦ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ସହ ଗ୍ରେଡ ପେ ବୃଦ୍ଧି , ନୂତନ ପେନସନ ପ୍ରଥାକୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥାର ପୁନଃ ପ୍ରଚଳନ,ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ, ଜିଲ୍ଲା ବଦଳି ନିମନ୍ତେ ସ୍ୱତନ୍ତ୍ର ଆଇନ ପ୍ରଣୟନ ସମେତ ଅନ୍ୟାନ୍ୟ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବ୍ଳକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଦସ୍ୟ ଗଙ୍ଗାଧର ପଣ୍ଡା, କାଳି ଚରଣ ସେଠୀ, ରାଜେନ୍ଦ୍ର ଗୁରୁ,ଭକ୍ତ ବନ୍ଧୁ ବିଷୋୟୀ, ସନ୍ତୋଷ ବେହେରା ,ରବିନ୍ଦ୍ର ବେହେରା ହୃଷିକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।