ବନ ବିଭାଗ ଦ୍ଵାରା ବାଘନି ପାନୀରୁ ବିପୁଳ ପରିମାଣର ଶାଳ ଲଗ ଜବତ: ଦୁର୍ବୃତ୍ତ ମାନେ ଫେରାର, ବନ ବିଭାଗର ତଦନ୍ତ ଆରମ୍ଭ….

ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ଡିସେମ୍ବର 8 ତାରିଖ ରବିବାର ସକାଳ 6: 45 ମିନିଟ୍ ସମୟରେ ବନ ବିଭାଗ ଏହି କାଠ ସବୁ ଜବତ କରିଛି । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ବନ ବିଭାଗ ଉପରକୁ ଲୋକେ ଅଙ୍ଗୁଳି ଉଠାଇଛନ୍ତି । ଏତେ ପରିମାଣର ଗଛ କଟା ଯାଇ ସେଥିରୁ ଅର୍ଦ୍ଧାଧିକ କାଠ ଚୋରି ହୋଇଥିବା ବେଳେ ବନ ବିଭାଗ କରୁଥିଲା କଣ ବୋଲି ପ୍ରଶ୍ନ ଉଠିଛି । ସୂଚନା ଅନୁସାରେ ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ହାତ ଥିବା କଥା ଲୋକେ କହୁଛନ୍ତି । ତେବେ ବନ ବିଭାଗ ଆଜି ସେହି ସବୁ କାଠ ଗଣ୍ଡି ଗୁଡ଼ିକୁ ଜବତ କରିବା ସହ ତଦନ୍ତ ଚାଲୁ ରଖିଥିବା କଥା ଜଣା ପଡିଛି । ତେବେ ଦୁର୍ବୃତ୍ତ ମାନେ ବହୁ ଗଛ କାଟିବା ସହ ବହୁ ପରିମାଣର କାଠ ନେଇଯିବା ପରେ ବନ ବିଭାଗ ସେହିଠାରେ ପହଞ୍ଚିଛି ।