ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ପୂର୍ବାହ୍ନ 10ଟା ସମୟରେ ଲୋକ ଲୋଚନକୁ ଆସିଥିଲା ଏହି ଘଟଣା । ବିରେନ୍ଦ୍ର ମାଝି ନାମକ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କ ଶବ ଧାନ ବିଲରେ ଚିହ୍ନଟ ହୋଇଥିଲା । ଘଟଣା ପ୍ରଚାର ହେବା ମାତ୍ରେ ସଦର ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ବିରେନ୍ଦ୍ରଙ୍କ ଘର ଠାରୁ ମାତ୍ର 3 ଶହ ମିଟର ଦୂରରେ ତାଙ୍କ ଶବ ପଡ଼ିଥିବା ଓ ତାଙ୍କ ଡ଼ାହାଣ ଆଖି ରକ୍ତାକ୍ତ ହୋଇଥିବା ସାଧାରଣରେ ସନ୍ଧେହ ସୃଷ୍ଟି କରିଛି । ଏହା ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ବିରେନ୍ଦ୍ରକୁ ଗତକାଲି ତାଙ୍କ ଟ୍ରାକ୍ଟର ମାଲିକ 4 ହଜାର ଟଙ୍କା ଦେଇଥିବା କଥା ଟ୍ରାକ୍ଟର ମାଲିକ ପୁଲିସ ନିକଟରେ କହିଛନ୍ତି । ତେବେ ବିରେନ୍ଦ୍ର ସହ ସୁନିଲ ନାଏକ ନାମକ ଜଣେ ବ୍ୟକ୍ତି ଥିବା କଥା ମୃତ ବିରେନ୍ଦ୍ରର ବାପା କହିଛନ୍ତି । ଅପରପକ୍ଷେ ସୁନିଲ ବିରେନ୍ଦ୍ରକୁ ଗତକାଲି ରାସ୍ତା କଡ଼ରେ ଛାଡିଥିବା କଥା କହିଛି। ଅପରପକ୍ଷେ ପୁଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି । ତେବେ ବିରେନ୍ଦ୍ରରଙ୍କ ଶବ ଠାରୁ ମାତ୍ର କେଇ ମିଟର ଦୂରରେ ଝାଡି ଭିତରେ ଏକ ବେଲଚା ମିଳିବା ଘଟଣା ଏହି ସନ୍ଧେହକୁ ଦ୍ଵିଗୁଣିତ କରିଛି । କେବଳ ଲୋକେ କାହିଁକି ଅନୁରୂପ ସନ୍ଦେହ ପୁଲିସ ମଧ୍ଯ କରୁଛି। ଅପରପକ୍ଷେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସଦର ଥାନା ଅଧିକାରୀ ସସ୍ମିତା ଦେବତା କହିଛନ୍ତି ।