ଦୁଇଟି ସ୍କୁଟି ମୁହାଁମୁହିଁ ଧକା, ପାଞ୍ଚ ଜଣ ଗୁରୁତର ଆହତ…

ବାଲିଗୁଡା(ସିବନ୍ତ ଦିଗାଲ): ଦୁଇ ସ୍କୁଟି ମୁହାଁମୁହିଁ ଧକ୍କାରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବୁଢ଼ା ନଈ ନିକଟରେ ଏଭଳି ଘଟଣା ଘଟିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନଂ ଜାତୀୟ ରାଜପଥର ପରମପାଙ୍ଗା ପଞ୍ଚାୟତ ବୁଢ଼ାନଈ ଛକ ନିକଟରେ ଦୁଇ ସ୍କୁଟି ମୁହାମୁହି ଧକ୍କା ହୋଇଥିବା ବେଳେ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଜଣ ଆହତଙ୍କୁ ବାଲିଗୁଡ଼ା ପୁଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପାଞ୍ଚ ଜଣ ଆହତଙ୍କ ମଧ୍ୟରେ ଚାରି ଜଣ ଅଧିକ ଗୁରୁତର ଥିବା ଜଣାପଡିଛି । ତିନି ଆହତ ଗୋଟିଏ ସ୍କୁଟିରେ ଥିବା ବେଳେ ଦାଇଙ୍ଗବାଡି ବ୍ଲକ୍ ଅନ୍ତର୍ଗତ ସିମନବାଡି ଅଞ୍ଚଳର ରମଣ ପ୍ରଧାନ ଓ ଜୟ ଦିଗାଲ ବୋଲି ସୂଚନା ମିଳିଥିବା ବେଳେ ଅନ୍ୟ ତିନି ଜଣ କୋଟଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡିଛି । ପାଞ୍ଚ ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟପନ୍ନ ଥିବା ଜଣାପଡିଛି l ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇ ସ୍କୁଟି ଜବତ୍ କରି ଅଧିକ ତଦନ୍ତ ଜାରି ରଖିଛି ।