ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦାୟଗିରି ସ୍ଥିତ କଳିଙ୍ଗ ମହାବିଦ୍ୟାଳୟରେ ରେଡ ରିବନ୍ କ୍ଲବ୍ ଓ ଜାତୀୟ ସେବା ଯୋଜନାର ସୌଜନ୍ୟରୁ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ସୁଧାଂଶୁ ଶେଖର ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ରେଡ ରିବନ କ୍ଲବ୍ ର ସଂଯୋଜକ ଶ୍ରୀ ତପନ ଚନ୍ଦ୍ର ନାୟକ ଅତିଥି ଗଣଙ୍କୁ ସ୍ବାଗତ କରିଥିଲେ । ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟର ଡ଼ା.ଦେବବ୍ରତ ବାରିକ ଛାତ୍ରଛାତ୍ରୀ ମାନଙ୍କୁ ଏଡ଼ସ ରୋଗର ଭୟାବୟତାର କାରଣ ଓ ନିଦାନ ସମ୍ପର୍କରେ ସଚେତନ କରିବା ସହ ପ୍ରୋଜେକ୍ଟର ମାଧ୍ୟମରେ କେତୋଟି ସଚେତନ ମୂଳକ ଭିଡିଓ ପ୍ରଦର୍ଶନ କରିଥିଲେ । ରେଡ ରିବନ କ୍ଲବ୍ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥଲେ । ତତ୍ପରେ ଛାତ୍ରଛାତ୍ରୀମାନେ ସଚେତନ ମୂଳକ ପଦଯାତ୍ରା କରି ମହାବିଦ୍ୟାଳୟର ନିକଟସ୍ଥ ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ N.S.Sର ପ୍ରୋଗ୍ରାମ ଅଫିସର ଶ୍ରୀ ଗିରିଶ ଚନ୍ଦ୍ର ମୁଥାମାଝି, ଶ୍ରୀମତୀ ସରିତା ମିଶ୍ର ଏବଂ ପ୍ରଜ୍ଞା ପରିମିତା ସାହୁ । ପରିଶେଷରେ ଶ୍ରୀମତୀ ସରିତା ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l