ରାଇରଙ୍ଗପୁର(ଉତ୍ତମ ରାମ): ବିଶ୍ୱ ଏଡ଼ସ ଦିବସ ରାଇରଙ୍ଗପୁର ମହତାବ ଭବନରେ ମୟୁରଭଞ୍ଜ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ସ୍ମୃତି ରଞ୍ଜନ ପାଣିଙ୍କ ଅଧକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି l ରାଜ୍ୟରେ ପ୍ରାୟତଃ ଏଚଆଇଭି ଏଡ଼ସ ରୋଗୀଙ୍କ ସଂଖ୍ୟା ୬୪ ହଜାରରୁ ଉର୍ଦ୍ଧ I ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ଏହା 1700 ଶହରୁ ଉର୍ଦ୍ଧ ଅଛନ୍ତି ବୋଲି ଜଣା ପଡିଛି l ମୂଖ୍ୟ ଅତିଥି ଭାବେ ରାଜ୍ୟ ଜୁନିୟର ରେଡକ୍ରସ ଅଧିକାରୀ ଲଷ୍ମଣ ସ୍ୱାଇଁ, ମୂଖ୍ୟ ଵକ୍ତା ଭାବେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁଧାଂଶୁ ପଣ୍ଡା ଯୋଗ ଦେଇ ସଚେତନତା ରହିବା ପାଇଁ ପରାମର୍ଶ ଦେଇଥିଲେ I ଓଡ଼ିଶାର ଲୋକଙ୍କ ଆର୍ଥିକ ସମସ୍ୟା ହେତୁ ବହୁ କିଶୋର ଓ କିଶୋରୀ ଅଧାରୁ ପାଠ ଛାଡି ବାହାର ରାଜ୍ୟକୁ କାମ କରିବାକୁ ଚାଲିଯାଉଛନ୍ତି l ପରିଣତ ବୟସ ପୂର୍ବରୁ ବାହାରକୁ ଯାଇଥିବା ଏହି କିଶୋର କିଶୋରୀଙ୍କ ପାଖରେ ସମ୍ପୂର୍ଣ ଜ୍ଞାନ ନଥିବାରୁ ଓ ସଚେତନତାର ଅଭାବ ଥିବାରୁ ସେମାନେ ଏଡ଼ସ ଭଳି ମାରାତ୍ମକ ରୋଗର ଶିକାର ହୁଅନ୍ତି l ଏହାଛଡା ସଠିକ ସଚେତନତା ନଥିବାରୁ କିଛି ଛାତ୍ରଛାତ୍ରୀ ନିଜର ୟୌବନ ବୟସର ପ୍ରାରମ୍ଭରେ ଭୁଲ ଦିଗରେ ଯାଇ ଏହାର ଶିକାର ମଧ୍ୟ ହୁଅନ୍ତି l ଦାଦନ ସମସ୍ୟା ଥିବାରୁ କେତେ ବେଳେ ଏଡ଼ସ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବି ଯାଇପାରେ l ତେଣୁ ଏ ସମସ୍ୟାର ସମାଧାନ ପାଇଁ ଜୁନିୟର ରେଡ଼କ୍ରସ ଓ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସୋସାଇଟିର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜର ପ୍ରାୟ ସବୁ ବ୍ଲକରେ ଜୁନିୟର ରେଡ଼କ୍ରସ ରେଡ଼ ରିବନ କ୍ଲବ ସୃଷ୍ଟି କରାଯାଇ ଏଡ୍ସକୁ ନିୟନ୍ତଣ କରିବାପାଇଁ କାର୍ଯ୍ୟ କରାଯାଉଛି l ଆଜି ଜିଲ୍ଲାର ପ୍ରାୟ ସବୁ ବିଦ୍ୟାଳୟରେ ଏହି ଦିବସକୁ ପାଳନ କରାଯାଇଛି l ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଶହେରୁ ଉର୍ଦ୍ଧ୍ୱ ଜୁନିୟର ରେଡ଼କ୍ରସର କାଉନସେଲରମାନଙ୍କୁ ନେଇ ରାଇରଙ୍ଗପୁରର ମହତାବ ଭବନରେ ଜିଲ୍ଲା ସ୍ତରୀୟ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇ ଯାଇଛି I ଏହିକାର୍ଯ୍ୟକମକୁ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ସହଯୋଗ କରିଥିଲେ lଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଲଳିତ ମହାନ୍ତ, ଡି.ଏଲ ମହାବିଦ୍ୟାଳୟର ଅଧ୍ୟାପକ ଦୁର୍ଗା ଚରଣ ମାରାଣ୍ଡି, ଶିକ୍ଷାବିତ୍ ଅଶୋକ କୁମାର କର, ସମ୍ମାନୀୟ ଅତିଥି ଭାବେ ଓଷ୍ଠାର ରାଜ୍ୟ ଉପ ସଭାପତି ଜ୍ଞାନ ରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ବେହେରା, କାର୍ଯ୍ୟକାରୀ ସଭାପତି ପ୍ରକାଶ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ, ଯୋଗେଶ୍ୱର ବେହେରା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁବଳ ଦାସ ମହାପାତ୍ର, ରାଇରଙ୍ଗପୁର ମେଡିକାଲର ଟେକନିସିଆନ ଜଳେନ୍ଦ୍ରନାଥ ରଣା, ଜିଲ୍ଲା ଆଇସିଟି ସୁପରଭାଇଜର ବୈକୁଣ୍ଠ ନାଥ ସାଲ, ବହଳଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଗିରି, ରେଡ କ୍ରସର ଫାଷ୍ଟେଡର ଲିଲାପୁର୍ଣ୍ୟ ତୀର୍ଥ ସ୍ୱାଇଁ, ଅଜୟ କୁମାର ଗିରି ପ୍ରମୁଖ ଯୋଗ ଦେଇ ଦିବସ ବିଷୟରେ ଆଲୋକପାତ କରିଥିଲେ I ଏଥିରେ ଶିକ୍ଷକ ସୁବୋଧ କୁମାର ସାହୁ, ଅଶୋକ କୁମାର ଦାସ, ଲଞ୍ଚ ଉଇଣ୍ଡୋଜ ଏଜୁକେଶନର ନିର୍ଦେଶକ ଦୀପକ କୁମାର ବେହେରା, ଜିତେନ୍ଦ୍ର କୁମାର ସାହୁ, କାଉନସେଲର ମନୋଜ କୁମାର ବେଶ୍ରା ପ୍ରମୁଖ ସହଯୋଗ କରିଥିବା ବେଳେ କାଉନ ସେଲର ମିତା ହାଁସଦା ଧନ୍ୟବାଦ ପ୍ରଦାନ କରିଥିଲେ I ସମସ୍ତ କାଉନସେଲର ନିଜ ବିଦ୍ୟାଳୟର କିଶୋର କିଶୋରୀମାନଙ୍କୁ ସଚେତନ କରିବା ସହ ଓଡିଶାରୁ କିପରି ଏଡ୍ସକୁ ନିୟନ୍ତ୍ରଣ କରି ଏଡ଼ସ ମୁକ୍ତ ଓଡିଶା ଗଠନ ଦିଗରେ କାର୍ଯ୍ୟ କରବା ପାଇଁ ଶପଥ ପାଠ କରିଥିଲେ l