ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ରବିବାର ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ ଦର୍ଲିପାଲିରେ ପ୍ରଧାନ ଶିକ୍ଷକଙ୍କ ଅଧ୍ୟକ୍ଷତାରେ ଜୁନିଅର ରେଡକ୍ରସ୍ ବିଭାଗ ତରଫରୁ ବିଶ୍ଵ ଏଡସ୍ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଦର୍ଲିପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ମାନସ ତ୍ରିପାଠୀ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଏଡସ୍ ବିଷୟରେ ଅବଗତ କରାଇବା ସହିତ ସତର୍କ ରହିବାକୁ ସୂଚନା ଦେଇଥିଲେ l ଉକ୍ତ ବିଦ୍ୟାଳୟର ଶିକ୍ଷକ ତଥା ଡିଜାୟଷ୍ଟର ମ୍ୟାନେଜମେଣ୍ଟର ମାଷ୍ଟର ଟ୍ରେନର ହରେକୃଷ୍ଣ ମାହେଲାଙ୍ଗ, ଜୁନିଅର ରେଡକ୍ରସର କାଉନସିଲର ବିଜୟଲକ୍ଷ୍ମୀ ନାଏକ ଓ ଶିବାନୀ ସେଠ କାର୍ଯ୍ୟକ୍ରମରେ ଯୋଗଦାନ କରି ଏଚଆଇଭି ଭୁତାଣୁ ଠାରୁ ବଞ୍ଚିବା ପାଇଁ ପିପିଟି ମାଧ୍ୟମରେ ପ୍ରଦର୍ଶିତ କରି ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ସଫଳ କରିଥିଲେ l