ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଦୁର୍ଘଟଣା, ଜଣେ ମହିଳା ମୃତ, ଜଣେ ପୁରୁଷ ଗୁରୁତର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରୀଆ): ଆଜି ଡିସେମ୍ବର 1 ତାରିଖ ରବିବାର ଅପରାହ୍ନ ବେଳେ ସୁନ୍ଦରଗଡ ବାଇପାସ (ରାଜ୍ୟ ରାଜପଥ 10) ଷଡ଼ଙ୍ଗୀ ପେଟ୍ରୋଲ ପମ୍ପ ନିକଟ ବିଜାପଡ଼ା ଛକରେ ଘଟିଛି ଏହି ଦୁର୍ଘଟଣା । କୋଇଲା ବୋଝେଇ ଟ୍ରଲର ଯାତ୍ରୀବାହି ଟେମ୍ପୋକୁ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ ହୋଇଥିବାବେଳେ ଜଣେ ପୁରୁଷ ଗୁରୁତର ଥିବା ଜଣାପଡିଛି । କୌଣସି ଏକ ଭାରିଯାନ (କୋଇଲା ବୋଝେଇ ଟ୍ରଲର) ସମ୍ପୃକ୍ତ ମହିଳାଙ୍କୁ ଚକଟି ଫେରାର ମାରିଛି । ପ୍ରାଥମିକ ସୂଚନା ଅନୁସାରେ ମହିଳା ଜଣକ ନିଜ ସ୍ୱାମୀ ସହ ନୂଆଁ ବସଷ୍ଟାଣ୍ଡରୁ ଟେମ୍ପୋରେ ପନସପଡା (ସଙ୍କରା) ନିଜ ଘରକୁ ଫେରୁଥିଲେ । ମୃତ ମହିଳାଙ୍କ ନାମ ହେଲେନ ବୁଡ । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।