କାଟି ଜଳା ହେଲା ୭ କୋଟି ଟଙ୍କାର ଗଞ୍ଜେଇ ଗଛ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ଓ ଅଡବା ପୁଲିସ ତଥା ଅବକାରୀ ବିଭାଗର ମିଳିତ ଚଢାଉରେ ଏକର ଏକର ସଂଖ୍ୟାରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ସଫା କରି ଜାଲିପୋଡ଼ି ପାଉଁଶ କରିଛି । ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଦିନ ତମାମ ଲାଗିପଡିଛନ୍ତି ଅପରେସନ ଗ୍ରୀନ କ୍ଲିନ୍କୁ ସଫଳ କରିବାରେ । ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ କାଟି ଧ୍ବଂସ କରାଯାଉଛି । ଆଜି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ କେଶରିଗୁଡ଼ା ପଞ୍ଚାୟତ ନିକଟସ୍ଥ ପଣସ ପଦର ଅଞ୍ଚଳରେ ୩୫ ଏକର ଜଙ୍ଗଲ ଜମିରେ ୭୦୦୦୦ ଗଛ କାଟି ଜାଳି ଦେଇଛି। ଯାହାର ଆନୁମାନିକ ବଜାର ମୂଲ୍ୟ ୭ କୋଟି ହେବ ବୋଲି ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ।