ମୋହନା(ମିହିର ପ୍ରସିଦ ମାଳୀ): କେନ୍ଦ୍ର କୁହନ୍ତୁ କିବା ରାଜ୍ୟ କୁହନ୍ତୁ ସରକାର ଲୋକଙ୍କ ହିତଲାଗି ଅନେକ ଯୋଜନା କରିଥାନ୍ତି । ହେଲେ ସେଗୁଡିକ ଠିକ କାର୍ଯ୍ୟକାରିତା ନହୋଇ ବାଟହୁଡୁଛି କି ? ଯଦି ନାହିଁ ଲୋକେ ସେ ଯୋଜନାର ଲାଭ ନ ପାଇ ହନ୍ତସନ୍ତ ହେଉଛନ୍ତି କାହିକି ? ଗଜପତିଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଲ ପଞ୍ଚାୟତଠାରୁ, ୫ ରୁ ୮ କିଲୋମିଟର ଦୂରରେ ଥିବା ତୁମଚର ଆରାଙ୍ଗଉଲ ଓ ତାବାରସିଂ ଗ୍ରାମରୁଏପରି ଅଭିଯୋଗ ଆସୁଛି ।
ତିନିଗୋଟି ଗ୍ରାମରେ ପ୍ରାୟ ୨୦୦ ପରିବାର ସହ ପ୍ରାୟ ୭୦୦ରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି । ହେଲେ ଏମାନଙ୍କ ଗମନାଗମନ ପାଇଁ ରାସ୍ତା ପାଲଟିଛି ମରଣଯନ୍ତା । ଅନେକ ଦୁର୍ଘଟଣା ସହ ଅନେକ ପ୍ରାଣହାନୀ ମଧ୍ୟ ଘଟି ଚାଲିଛି । ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିର ହେଉ କିବା ବ୍ଲକ ପ୍ରଶାସନ ଓ ପଞ୍ଚାୟତରେ ମଧ୍ୟ ଲୋକେ ଅନେକ ଥର ଅଭିଯୋଗ କରିକରି ଥକିଲେଣି । ଭଲ ରାସ୍ତାଟିଏ ନ ଥିବାରୁ ଲୋକେ ଭୋଗୁଛନ୍ତି ନାହିଁ ନଥିବା ଦୁର୍ଦ୍ଦଶା । ରାସ୍ତା ବିପର୍ଯ୍ୟସ୍ତ ଯୋଗୁଁ ୧୦୮ ଆମ୍ବୁଲାନ୍ସ ଗାଁକୁ ଆସିପାରେ ନାହିଁ । ଯାହା ଫଳରେ ଗର୍ଭବତୀ ମହିଳା, ଛୋଟ ଶିଶୁ ଓ ବୃଦ୍ଧ, ବୃଦ୍ଧାମାନେ ଜରୁରୀ ପରିସ୍ଥିତିରେ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି । ପୁଣି ମେଡ଼ିକାଲ, ତହସିଲ, ବ୍ଳକ୍, ଥାନା, ବ୍ୟାଙ୍କ ହେଉବା ଘରର ନିତିଦିନିଆ ଆବଶ୍ୟକ ସାମଗ୍ରୀ ତଥା ପଞ୍ଚାୟତରୁ ରେସନ ଚାଉଳ ଆଣିବା ପାଇଁ ଗ୍ରାମବାସୀ ଏହି ରାସ୍ତା ଉପରେ ହିଁ ନିର୍ଭରଶୀଳ । ହେଲେ ରାସ୍ତା ସାଜିଛି ମରଣ ଯନ୍ତାବ । ଏ ସଂପର୍କରେ ଗୁମ୍ମା ବିଡ଼ିଓ ଆକାଶ କୁମାର ପଣ୍ଡା, ଗୁମ୍ମା ବ୍ଳକ୍ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଲୋପାମୁଦ୍ରା ଦେବୀଙ୍କୁ ସମସ୍ୟା ସଂପର୍କରେ ଅବଗତ କଲାପରେ ଉପରୀସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବାକୁ ଚ଼େଷ୍ଟା କରିବେ ବୋଲି କହିଛନ୍ତି । କିନ୍ତୁ ତୁମୁଲ ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କୁମାର ଦୁଷ୍ମନ୍ତ, ନରେଶ ସାହୁଙ୍କ ଅଫିସକୁ ଯାଇ ସାମ୍ବାଦିକମାନେ ଭେଟି ଏ ସମ୍ବନ୍ଧରେ ପଚାରିବାର ସେମାନଙ୍କୁୁ କିଛି ଉତ୍ତର ନଦେଇ ଅଣଦେଖାକରି ଚାଲିଗଲେ । ତେବେ ଏ ରାସ୍ତା ସମସ୍ୟା ଲାଗି ଅନ୍ୟ କେଉଁ ବିଭାଗ ଦାୟୀ, ନା ଏଭଳି ଯନ୍ତ୍ରୀ ହିଁ ଦାୟୀ ଯାହା ଏବେ ପ୍ରଶ୍ମବାଚୀ ସୃଷ୍ଟି କରିଛି । ଏନେଇ ଗ୍ରାମବାସୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଯଦି ଏଇ ରାସ୍ତା ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ଗ୍ରାମର ଆବାଳ, ବୃଦ୍ଧ, ବନିତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ପୁଣି ଦରକାର ହେଲେ ଆଗାମୀ ନିର୍ବାଚନ ମାନଙ୍କରେ ଭୋଟ ମଧ୍ୟ ବର୍ଜନ କରାଯିବ ବୋଲି କଡ଼ା ଚେତାବନୀ ଦେଇଛନ୍ତିବ । ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏରାସ୍ତା ପ୍ରତି କେବେ ଦୃଷ୍ଟିଦେବେ ଓ କେବେ ଏ ଅଞ୍ଚଳର ରାସ୍ତା ସମସ୍ୟାର ଦୂରକରିବେନ।
Next Post