ବନ ବିଭାଗ ଦ୍ୱାରା 2 ଜଣ ବାଘ ଶିକାରୀଙ୍କ ସହ ବାଘ ଛାଲ ଜବତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ଘୁ.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରିଛି ବନ ବିଭାଗ I ଏନେଇ ବନ ବିଭାଗ ପକ୍ଷରୁ ଶନିବାର ସୂଚନା ମିଳିଛି I ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ  ଭବାନୀ ଶଙ୍କର ପ୍ରଧାନ(23)ଙ୍କ ଠାରୁ ଏକ କାଲରାପତରିଆ ବାଘ ଚମଡା ଜବତ ହୋଇଥିବା ବେଳେ ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଏକ ଗୁଳି ଭର୍ତ୍ତି ହୋଇ ଥିବା ଦେଶୀ ବନ୍ଧୁକ ଜବତ ହୋଇଛି l ବାଘ ଚମଡାର ଲମ୍ବ 239 ସେ.ମି ରହିଥିବା ବେଳେ ବାଘର ଆନୁମାନିକ ବୟସ 5 ରୁ 7 ବର୍ଷ ହେବ I ଗିରଫ ହୋଇଥିବା 2 ସନ୍ଦିଗ୍ଧଙ୍କ ବୟାନ ଅନୁସାରେ ବାରାହା ଶିକାର ପାଇଁ ଫାସ ପକାଯାଇଥିବା ଜାଲରେ ପଡ଼ିଲା ବାଘ  I ଉକ୍ତ ଜାଲରେ ବାଘ ପଡିବା ପରେ ସିଜ ହୋଇଥିବା ବନ୍ଧୁକ ଦ୍ୱାରା ଷଡ଼ଙ୍ଗୀ ପ୍ରଧାନ ଓ ଭବାନୀ ପ୍ରଧାନ ଵାଘକୁ ମାରିଥିବା ବନ ଅଧିକାରୀ ସୂଚନା ଦେଇଛନ୍ତି  I ଏହି ବାଘ ଶିକାରରେ ଅନ୍ୟ ସନ୍ଦିଗ୍ଧମାନେ ଯଥା ଷଡ଼ଙ୍ଗୀ ପ୍ରଧାନ, ହେମନ୍ତ ପ୍ରଧାନ, ଲଣ୍ଡା ପ୍ରଧାନ, ମୁଟେଙ୍ଗା ପ୍ରଧାନ ଫେରାର ରହିଛନ୍ତି I ତାଙ୍କୁ ଗିରଫ କରବା ପାଇଁ ତଲାସ ଜାରୀ ରହିଛି I ବନ ବିଭାଗ ଅଧିକାରୀ କାଜୋଲ ନାୟକ କେଶ ନମ୍ବର 106/24-25 ରେ ଏକ ମାମଲା ରୁଜୁ କରି ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଜାରୀ ରହିଛି I ସୂଚନା ଥାଉ କି ବାଘ ଶିକାର କରି ବାଘ ମାଂସ ଭାଗ ଵାଣ୍ଟି ଖାଇ ଦେଇଥିବା ସୂଚନା ଦେଇଛି ବନ ବିଭାଗ I