ଅନୁସନ୍ଧାନ ଭାରତ(ବ୍ୟୁର): ଆଜି କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ବ୍ଲକ କଳିଙ୍ଗିଆ ପୂର୍ତ୍ତି ବିଭାଗ ପରିଦର୍ଶନ ବଙ୍ଗଳା ଠାରେ ଘୁ.ଉଦୟଗିରି ନଗର କଂଗ୍ରେସ ପୂର୍ବତ୍ତନ ସଭାପତି/କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୌଠକ ଓ ବନ୍ଧୁ ମିଳନ ଅନୁଷ୍ଠିତ ହୋଇ ଥିଲା l
ଏହି ବୈଠକରେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଠ କଂଗ୍ରେସ କର୍ମୀ ଗୋପାଳ ପାତ୍ର, ବରିଷ୍ଠ କଂଗ୍ରେସ କର୍ମୀ ମାନଭଞ୍ଜନ ପ୍ରଧାନ, ବରିଷ୍ଠ କଂଗ୍ରେସ କର୍ମୀ ତଥା ତଲାରୀ ମାହା ଗ୍ରାମ ପଂଚାୟତ ସମିତି ସଭ୍ୟ ଉମେଶ ମଲିକ, ବରିଷ୍ଠ କଂଗ୍ରେସ କର୍ମୀ ମହୀପତି ନାୟକ, ଯୁବନେତା ସଞ୍ଜୟ କୁମାର ଦିଗାଳ, ଯୁବନେତା ଶଶାନନ୍ଦ ପ୍ରଧାନ, ମହାନନ୍ଦ ପ୍ରଧାନ, ଅନିଲ କୁମାର ପ୍ରଧାନ, ଦିଲୀପ. ନାୟକ, ଅତୁଲ କୁମାର ନାୟକ, ଦିଲୀପ କୁମାର ନାୟକ, ବିଜୟା ନନ୍ଦ ନାୟକ, ରାଜେଶ ସାହୁ, ଆକାଶ ଦିଗାଲ, ଲିଟୁ ନାୟକ, ଦୁର୍ଯ୍ୟୋଧନ ନାୟକ, ବାଲୁଙ୍କେଶ୍ୱର ମଲିକ, ଚନ୍ଦନ ପ୍ରଧାନ, ମନୋଜ ପ୍ରଧାନ, ବିବେକାନନ୍ଦ ନାୟକ, ବିନୟ କୁମାର ମଲିକ, ସନ୍ତୋଷ କୁମାର ପ୍ରଧାନ, ଆଲୋକ ପ୍ରଧାନ ଓ ସୁବାଷ ଡିଗାଲଙ୍କ ସମେତ ଶହେରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ l ଏହି ସଭାକୁ ଘୁ.ଉଦୟଗିରି ନଗର କଂଗ୍ରେସ ପୂର୍ବତ୍ତନ ସଭାପତି / କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନ ପରିଚାଳନା କରି ଥିଲେ l ସଭାର ଆରମ୍ଭରେ ବରିଷ୍ଠ କଂଗ୍ରେସ କର୍ମୀଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇ ଥିଲା l ଏହା ପରେ ବରିଷ୍ଠ କଂଗ୍ରେସ କର୍ମୀ ନିଜର ସାଙ୍ଗଠନିକ ଅନୁଭୂତିକୁ ଉପସ୍ଥିତ କଂଗ୍ରେସ କର୍ମୀଙ୍କ ମନବଳକୁ ଶୁଦ୍ଧୃଡ଼ କରିବା ପାଇଁ ଉପସ୍ଥାପନା କରି ଥିଲେ l କଂଗ୍ରେସ କେବଳ ରାଜନୈତିକ ଦଳ ନୁହେଁ ଏହା ଏକ ପରିବାର l ତେଣୁ ଆମ ସମସ୍ତଙ୍କୁ କଂଗ୍ରେସ ଦଳକୁ ଶୁଦ୍ଧୃଡ଼ କରିବା ପାଇଁ ସଂଗଠିତ ହେବାକୁ ପଡ଼ିବ l ବର୍ତ୍ତମାନ ଶାସନରେ ଥିବା ବିଜେପି ସରକାର କେବଳ ଧର୍ମ ଓ ଜାତିକୁ ନେଇ ଦଙ୍ଗା କରି ଶାସନକୁ ଆସିଛି l ତେଣୁ ସମସ୍ତ କଂଗ୍ରେସ କର୍ମୀଙ୍କୁ ଏକତ୍ରିତ ହୋଇ ବିଜେପିକୁ ମୂଳାଉତ୍ପାଟନ କରିବାକୁ ପଡ଼ିବ ବୋଲି ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର ବକ୍ତବ୍ୟରେ କହିଛନ୍ତି l ଦେଶର ଭବିଷ୍ୟତ ହେଉଛି କଂଗ୍ରେସ ଦଳ l ବିଜେପି ଦଳର କୌଣସି ନୀତି ଆଦର୍ଶ ନାହିଁ l କେବଳ ଜାତି ଓ ଧର୍ମ ନାମରେ ଦଙ୍ଗା କରି ଶାସନକୁ ଆସିଛି l ବର୍ତ୍ତମାନ ଇଭିଏମ ବଳରେ ବିଜେପି ବିଜୟ ହାସଲ କରିଛି l ଯଦି ବାଲାଟ ପେପର ଦ୍ୱାରା ଭୋଟ କରାଯାଏ ତାହା ହେଲେ ବିଜେପିର ପ୍ରକୃତ ଲୋକ ପ୍ରିୟତା ଜଣା ପଡ଼ିବ l ସେଥିପାଇଁ କଂଗ୍ରେସ ଦଳର କର୍ମୀଙ୍କୁ ଏକଜୁଟ ହେବାକୁ ପଡ଼ିବ ଓ ବିଜେପିକୁ ଶାସନ ଗାଦୀରୁ ହଟାଇବାକୁ ପଡ଼ିବ ବୋଲି ବରିଷ୍ଠ କଂଗ୍ରେସ କର୍ମୀ ଗୋପାଳ ପାତ୍ର ବକ୍ତବ୍ୟ ରଖିଛନ୍ତି l କଂଗ୍ରେସ ଦଳ ଭାରତ ବାସୀଙ୍କ ବଳ l ଏହି ଦଳ ଦେଶର ପ୍ରତ୍ୟେକ ନାଗରୀକଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସ୍ୱାଧୀନତା ଭାବେ ବଞ୍ଚିବାର ଅଧିକାର ଦେଇଛି l କଂଗ୍ରେସ ଦଳ ଶାସନ ଗାଦିରୁ ଦୁରେଇ ଯିବା ପରେ ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଛି l ତେଣୁ ଆମ ସମସ୍ତଙ୍କୁ ସଂଗଠିତ ହୋଇ ଦେଶର ହିତ ଦୃଷ୍ଟିରୁ କଂଗ୍ରେସକୁ ଜିତାଇ ଶାସନ ଗାଦିକୁ ଆଣିବାକୁ ପଡ଼ିବ ବୋଲି ଘୁ.ଉଦୟଗିରି ନଗର କଂଗ୍ରେସ ପୂର୍ବତ୍ତନ ସଭାପତି/କନ୍ଧମାଳ ଜିଲ୍ଲା ଯୁବକଂଗ୍ରେସ ପୂର୍ବତ୍ତନ ଉପସଭାପତି ଗଗନ କୁମାର ପ୍ରଧାନ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ ଥିଲେ l ଉକ୍ତ ବନ୍ଧୁମିଳନରେ ଆଗାମୀ ଦିନରେ କଂଗ୍ରେସ ଦଳର ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଥିଲା l ଏହି କାର୍ଯ୍ୟକ୍ରମର ସମସ୍ତ ସଂଯୋଜନା ଓ ସୁବନ୍ଦବସ୍ତ ଯୁବନେତା ଶଶାନନ୍ଦ ପ୍ରଧାନ, ରାଜେଶ ସାହୁ, ବିନୟ କୁମାର ମଲିକ କରି ଥିଲେ l