ଗୁମ୍ମାରେ ବିଜୁ ଜନତା ଦଳର ବନ୍ଧୁ ମିଳନ ଅନୁଷ୍ଠିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ହାଟପଦା ଠାରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳର ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳାଖେମୁଣ୍ଡି ବିଧାୟକ ଇଞ୍ଜିନିୟର ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ତଥା ବଶିଷ୍ଠ ବିଜେଡ଼ି ନେତା ଡଃ ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ପୁର୍ବତନ ବିଧାୟକ କେ ସୂର୍ୟା ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀର ରାଜୁ, ରାଜ୍ୟ ସମ୍ପାଦକ ପ୍ରଦୀପ ନାୟକ,ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଉପାଧ୍ୟକ୍ଷ ଶ୍ରୀନିବାସ ରାଓ, ବରିଷ୍ଠ ବିଜେଡି ନେତା ଜେମସ ରାଇକା, ଲକ୍ଷ୍ମୀକାନ୍ତ ପରିଚ୍ଛା, ସୁଧି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଗୁରୁତ୍ଵ ପୂର୍ଣ୍ଣ ମତାମତ ରଖିଥିଲେ । ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଆଗାମୀ ଦିନରେ ଗୁମ୍ମା ବ୍ଲକ ବିଜୁ ଜନତା ଦଳର ସଂଗଠନ ସୁଦୃଢ଼ କରିବାକୁ ଆହ୍ବାନ କରିବା ସହ ଗୁମ୍ମା ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ ପ୍ରଦାନ କରିବା ପାଇଁ ଦୃଢ଼ ଭରଷା ପ୍ରଦାନ କରିଥିଲେ । ଗୁମ୍ମା ବ୍ଲକ ସରପଞ୍ଚ ଗଣ ଓ ସମିତି ୱାର୍ଡ ମେମ୍ବର, ବିଜୁ ଜନତା ଦଳର କର୍ମୀ ଗଣ ଯୋଗଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଗୁମ୍ମାର ପୂର୍ବତନ ୱାର୍ଡ ମେମ୍ବର ରୋହେଲ୍ ପାଣି ନବୀନ ବାବୁ ଓ ବିଧାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ୍ ଦଳ ଛାଡ଼ି ବିଜେଡି ଦଳରେ ଯୋଗ ଦେଇଥିଲେ। ଗୁମ୍ମା ବ୍ଲକ ବିଜେଡି ଯୁବ ସଭାପତି ନୀରୋଜ୍ କୁମାର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୂର୍ବତନ ସରପଂଚ ସିମନ ଗମାଙ୍ଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।