ଦାରିଙ୍ଗବାଡି ଇକୋ ରିଟ୍ରିଟର ଶୁଭାରମ୍ଭ, କାର୍ଯ୍ଯକ୍ରମକୁ ଦ୍ଵିଗୁଣିତ କଲା କୁହୁଡ଼ି ସାଙ୍ଗକୁ କୋହଲା ପାଗ….

ଦାରିଙ୍ଗବାଡି(ଆଶୋକ ସିଂ): ଓଡ଼ିଶାର କଶ୍ମୀର ନାମରେ ପରିଚିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭର ପୁର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ରବିବାର ଦିନ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି । ଏହି ଅବସରରେ ଦାରିଙ୍ଗବାଡି ଇକୋ ରିଟ୍ରିଟ୍ ପରିସରରେ ଏହାର ଉଦ୍ଘାଟନୀ ସମାରୋହର ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଘୁ ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼ା.ରୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ, କନ୍ଧମାଳ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ, ତହସିଲଦାର ଶରତ ଶବର, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଥାନା ଆଇ ଆଇ ସି ଆଶୋକ ହାଁସଦା, ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ, ସମାଜସେବୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲ୍ଲିକ ପ୍ରମୁଖ ମଞ୍ଚାସିନ କରିଥିଲେ । ଶିକ୍ଷକ ପ୍ରଶାନ୍ତ ସାହୁ ସମସ୍ତ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ମଞ୍ଚ ସଂଯୋଜନା କରିଥିଲେ । ଶୁଭ ଉଦ୍ଘାଟନୀ ଅବସରରେ ଦାରିଙ୍ଗବାଡି ପ୍ରାକୃତିକ ପରିବେଶରେ ପରିବର୍ତ୍ତନ ଦେଖା ଦେଇଛି, ଦୁଇ ଦିନ ହେଲା ଭୂରି ପାଣି ସାଙ୍ଗକୁ କୁହୁଡ଼ିର ଆଛାଦନ କାର୍ଯକ୍ରମକୁ ଦ୍ଵିଗୁଣିତ କରିଥିଲା, ଦେଖିଥିବା ଲୋକେ ପ୍ରକାଶ କରନ୍ତି କଶ୍ମୀରର ଦୃଶ୍ୟ ପରି ଦେଖା ଯାଉଛି । ପାଇନ୍ ଜଙ୍ଗଲ, କୋହଲା ପାଗ, କୁହୁଡ଼ିର ଆସ୍ତରଣ ସତେ ଯେପରି ମେଘ ମାଳାରେ ଭ୍ରମଣ କରିବା ଭଳି ଅନୁଭୂତି ପ୍ରକାଶ କରିଛନ୍ତି ପର୍ଯ୍ୟଟକ । ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରରେ ପ୍ରାଧାନ୍ୟତା ଲାଭ କରିଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ସମସ୍ତ ପର୍ଯ୍ୟଟନ ସ୍ଥଳୀର ସାମଗ୍ରିକ ବିକାଶ ପାଇଁ ରଜ୍ୟ ସରକାର ଉଦ୍ୟମ କରୁଛନ୍ତି l ପର୍ଯ୍ୟଟନ ସ୍ଥଳୀର ବିକାଶ ହେଲେ ଆର୍ଥିକ ମେରୁଦଣ୍ଡ ସୁଦୃଢ଼ ହେବ l ଏଣୁ ଦାରିଙ୍ଗବାଡି ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ଓ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ଲକ ଓ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରଖିଛନ୍ତି । ଚଳିତ ବର୍ଷ ଆୟୋଜିତ ଇକୋ ରିଟ୍ରିଟରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ୨୫ଗୋଟି ବିଳାସ ତମ୍ବୁର ଆୟୋଜନ କରାଯାଇଛି l ସେଥି ମଧ୍ୟରୁ ୨୦ଟି ପ୍ରିମିୟମ କଟେଜ ରହିଥିବା ବେଳେ ୫ଟି ଡିଲେକ୍ସ କଟେଜ ବ୍ୟବସ୍ଥା ରହିଛି l ଏହା ସହ ପର୍ଯ୍ୟଟକମାନଙ୍କ ପାଇଁ ଖାଦ୍ୟପେୟ, ଭ୍ରମଣ, ଟେବୁଲ୍ ଟେନିସ ଆଦି ବିଭିନ୍ନ ମନୋରଞ୍ଜନ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି l ଚଳିତ ବର୍ଷ ଦରଦାମରେ ପରିବର୍ତ୍ତନ କରଯାଇଛି l ପ୍ରିମିୟମ କଟେଜ ପାଇଁ ୪୫୦୦ଟଙ୍କା ଓ ଡିଲେକ୍ସ କଟେଜ ପାଇଁ ୫୫୦୦ ଏବଂ ଅତିରିକ୍ତ ଗେଷ୍ଟ ଚାର୍ଜ ୧୦୦୦ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ବିଡ଼ିଓ ଶ୍ରୀ ରଥ ଆଗନ୍ତୁକ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଅଞ୍ଚଳବାସୀଙ୍କ ସହଯୋଗ କାମନା କରିଛନ୍ତି l ପର୍ଯ୍ୟଟକମାନେ ଆସିବା ଠାରୁ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ, ରାତ୍ରୀ ଯାପନ ଓ ସେମାନଙ୍କ ରହଣୀ କାଳ ମଧ୍ୟରେ ଯେପରି କୌଣସି ବିଶୃଙ୍ଖଳା ନ ହୁଏ ସେଥିପାଇଁ ପୁଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରିଛି l ସମସ୍ତ ପର୍ଯ୍ୟଟକ ମାନେ ଆସନ୍ତୁ ରୁହନ୍ତୁ ଓ ଦାରିଙ୍ଗବାଡି ର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରନ୍ତୁ ବୋଲି ବିଡ଼ିଓ ଶ୍ରୀ ରଥ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ।