ଆଠ ଦିନପରେ ସ୍ତ୍ରୀ ଦ୍ବାରା ବନ୍ଦୀ ସ୍ବାମକୁୀ ଉଦ୍ଧାର କଲେ ପୁଲିସ ଓ ଜନ ପ୍ରତିନିଧି….

ମୋହନା(ମିହିର ପ୍ରସାଦ ମାଳୀ): ନିଜ ସ୍ବାମୀ ଅସ୍ଥିସ୍ଥାନିଙ୍କୁ ଦୀର୍ଘ ଆଠ ଦିନ ଧରି ଏକ କୋଠରୀରେ ଚାବି ପକାଇ ରଖିଥିଲା ସ୍ତ୍ରୀ ପ୍ରାଣ ରଞ୍ଜନୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିରିକୋଟ ସ୍ଥିତ ବିଜେପୁର ସାହିରେ । କୌଣସି କାରଣରୁ ନିଜ ସ୍ୱାମୀକୁ ଘରେ ବନ୍ଦୀ କରି ରଖିଥିବା ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଜାଣିବା ପରେ ଅଡବା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଅଡ଼ବା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଘର ତାଲା ଭାଙ୍ଗି ତାଙ୍କୁ ଉଦ୍ଧାର କରିଛି । ଉଦ୍ଧାର କରିବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିରିକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ଅସ୍ଥିସ୍ଥାନିଙ୍କ ଦେହସାରା ମାଡ ମାରିବା ଚିହ୍ନ ଦେଖିବାକୁ ମିଳିଛି । ବିରିକୋଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ଚ଼ିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚ଼ିକିତ୍ସା କରାଯାଉଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡ଼ାକ୍ତର କହିଛନ୍ତି । ଘଟଣା ସ୍ଥଳରେ ଅଡବା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି l