ସ୍ୱାଦ ଓ ଆଇସିଡିଏସ ମିଳିତ ଆନୁକୁଲ୍ୟରେ ପୋଷଣ ଅଭିଯାନ ଅନୁଷ୍ଠିତ….

ମୋହନା(ମିହିର ପ୍ରସାଦ ମାଳୀ): ସିଏସଆର ସହାୟତାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦ ଓ ଆଇସିଡ଼ିଏସ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକର ସମସ୍ତ ପଞ୍ଚାୟତରେ ପୋଷଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l କିଶୋରୀ ବାଳିକାମାନଙ୍କ ପୁଷ୍ଟିକର ପୋଷଣ ଓ ଉତ୍ତମ ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ଏହି ଅଭିଯାନ କରାଯାଇଥିଲା l ଏହି ଅଭିଯାନକୁ ସିଡିପିଓ ସବିତା ପଟ୍ଟନାୟକ ଓ ବ୍ଲକ ଶିକ୍ଷାଧିକାରୀ ନରେନ୍ଦ୍ର ବେହେରା ଉଦଘାଟନ କରିଥିଲେ l ସ୍ୱାଦର ନିର୍ଦ୍ଦେଶକ ଫା.ବିମଳ ଚନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ଆୟୋଜିତ ହୋଇ ଥିଲା l ଏହି ଅଭିଯାନର ମୁଖ୍ୟ ଉଦ୍ଧେଶ୍ୟ ଉପରେ ଅତିଥିମାନେ ଆଲୋକପାତ କରିଥିଲେ l ବିଶେଷକରି କିଶୋରୀମାନଙ୍କୁ ବଳିଷ୍ଠ ଓ ଦକ୍ଷ ଭାବରେ ଗଢ଼ିତୋଳିବା ପାଇଁ ପୁଷ୍ଟିକର ଓ ସନ୍ତୁଳିତ ଭୋଜନ, ରକ୍ତ ହୀନତା ଓ ଲୌହତତ୍ବ ଅଭାବକୁ ପ୍ରତିରୋଧ, କୃମି ଦୂରୀକରଣ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିବେଶ ସ୍ବଚ୍ଛତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ l କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ମୋହନା ପୁଲିସ, ଜନପ୍ରତିନିଧି ଓ କିଶୋରୀ ବାଳିକା ବହୁସଂଖ୍ୟାରେ ଯୋଗଦେଇଥିଲେ l