ବ୍ରିଜ ନିର୍ମାଣ କଂକ୍ରିଟ କାର୍ଯ୍ୟ ନିନ୍ମମାନ ଅଭିଯୋଗ ଆଣିଲେ ସ୍ଥାନୀୟ ଗ୍ରାମବାସୀ…

କୋକସରା(ତ୍ରିଲୋକ୍ୟ ବେଶ୍ରା): ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ସାଗରପଡା ଛକ ଜାତୀୟ ରାଜପଥ ୨୬ରୁ ବଡ଼ ପୋଡ଼ାଗୁଡା ପଞ୍ଚାୟତ ବାବେକୋହରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ମୁଣ୍ଡରା ନଦୀରେ ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ କାର୍ଯ୍ୟାଦେଶ ପାଇଥିବା ଠିକାସଂସ୍ଥା ପକ୍ଷରୁ ଅତି ନିନ୍ମମାନର କାମ କରୁଥିବା ନେଇ ସ୍ଥାନୀୟ ଶିଉନି, ସାଗରପଡା, ବାବେକୋହରା ଗ୍ରାମବାସୀମାନେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପକ୍ଷରେ ବ୍ରିଜ ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନଥିବା ଅଭିଯୋଗ ହେଉଛି । କୋଟି କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣଧୀନ ବ୍ରିଜ କାର୍ଯ୍ୟ ଆରମ୍ଭ ସମୟରୁ ନିମ୍ନମାନର ହେଉଥିବା ଗ୍ରାମବାସୀମାନେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ କର୍ଣ୍ଣପାତ କଟୁନଥିବା ଅଭିଯୋଗ କରିଛନ୍ତି । ମଙ୍ଗଳବାର ଠିକାସଂସ୍ଥା ପକ୍ଷରୁ ବ୍ରିଜରେ କଂକ୍ରିଟ ପକା ଯାଉଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ କାର୍ଯ୍ୟର ମାନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ଫେରାଦ ହୋଇଛନ୍ତି । ତେବେ ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀଙ୍କ ପ୍ରତିକ୍ରିୟା ନେବାରୁ ବ୍ରିଜ କାର୍ଯ୍ୟରେ କୌଣସି ଅନିୟମିତତା ହେଉନାହିଁ ‘ମୁଁ ନିଜେ ଉପସ୍ଥିତ ରହିଥିଲି ଓ କନିଷ୍ଠ ଯନ୍ତ୍ରୀ ମଧ୍ୟ କାର୍ଯ୍ୟ ସମୟ ରେ ଉପସ୍ଥିତ ରହୁଛନ୍ତି’ ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ହେଉଛି ବୋଲି କହିଛନ୍ତି ।