ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ପଡିକିଆ ସାହିରେ ରୁହନ୍ତି ରାସା ପ୍ରଧାନ(୫୭) ନିଜର ଛଅ ଜଣ ସନ୍ତାନ ସହିତ ପତ୍ନୀ ସିଣନ୍ତି ପ୍ରଧାନ l ହେଲେ ରାସା ପ୍ରଧାନଙ୍କ ପାଞ୍ଚ ଜଣ ଝିଅ ହୋଇଥିବା ବେଳେ ଗୋଟିଏ ମାତ୍ର ପୁଅ ଉତ୍କଳ ପ୍ରଧାନ(୨୨ ବର୍ଷ) ସେ ପାଞ୍ଚ ବର୍ଷ ବୟସରୁ ଅପସ୍ମାର ରୋଗରେ ପୀଡିତ l ଏମିତିକି ସ୍କୁଲରେ ନାମ ଲେଖା ହେଲା କିନ୍ତୁ ଦେହରେ ରୋଗ ଥିବା କାରଣରୁ ସ୍କୁଲ ଯିବା ବି ବନ୍ଦ ହୋଇଯାଇଥିଲା l ସେବେ ଠାରୁ ଉତ୍କଳ ବଞ୍ଚିଛି l କିନ୍ତୁ ଦେଶ ଦୁନିଆ ବିଷୟରେ କିଛିବି ଜାଣିନି ୨୨ ବର୍ଷର ଭେଣ୍ଡିଆ ପୁଅ l ଏବେବି ସାତ ଆଠ ବର୍ଷ ପିଲା ପରି ଚଳୁଛି l ସେପଟେ ବାପା ରାସା ପ୍ରଧାନ ପାଞ୍ଚ ବର୍ଷ ହେବ ବାତ ରୋଗରେ ପୀଡିତ l ପରିବାର ରୋଜୋଗାର କ୍ଷମ ଥିଲେ ରାସା ରୋଗରେ ପଡିବା ଦିନ ଠାରୁ ନା ସେ ଠିକରେ ଚାଲି ପାରୁଛନ୍ତି ନା କୌଣସି କାମ କରି ପାରିଛନ୍ତି l ଘର ଦୁଆରେ ବସି ସୋଇ ବିତୁଛି ଜୀବନ l ଛଅ ଗୋଟି ଛୁଆଙ୍କ ମଧ୍ୟରୁ ଦୁଇଗୋଟି ଝିଅ ବିବାହ କରି ସାରିଥିବା ବେଳେ ଏବେ ରହୁଛନ୍ତି ପରିବାରରେ ଛଅ ଜଣ ସଦଶ୍ୟ l ହେଲେ ସମସ୍ତର ରାସନ କାର୍ଡ଼ ଥିବାରୁ ମାସକୁ ୩୦ କେଜି ଚାଉଳ ମିଳି ଯାଉଛି l ହେଲେ ଚଳିବା ପାଇଁ ରୋଜଗାର କରିବା ପାଇଁ କେହି ନାହାନ୍ତି l ପତ୍ନୀ ସିଣନ୍ତି ପ୍ରଧାନ ପର ଦୁଆରେ ମୂଲ ଲାଗି ଯେତିକି ରୋଜଗାର କରନ୍ତି ସ୍ୱାମୀ, ପୁଅର ମାସିକ ମେଡ଼ିସିନ ଖର୍ଚ୍ଚ ପାଇଁ ହେଉନି l ଏଭଳି ପରିସ୍ଥିରେ ବଞ୍ଚୁଛନ୍ତି ରାସାର ପରିବାର l ରହିବା ପାଇଁ ଭଲ ଘର ଖଣ୍ଡେ ନାହିଁ l ବାରମ୍ବାର ପଞ୍ଚାୟତ, ବ୍ଲକକୁ ଦୌଡ଼ି ଦୌଡ଼ି ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳି ପାରିଲାନି । ଭଙ୍ଗା କୁଡ଼ିଆ ଘରେ ବିତୁଛି ଜୀବନ ଏନେଇ ଆମେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ପଚାରି ବାରୁ ସେ ଏବିଷୟରେ ଜାଣିନଥିବା କହିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଶୁଣିଲେ ବୋଲି କହିଛିନ୍ତି l ଏପଟେ ରାସାଙ୍କ ପତ୍ନୀ ସିଣନ୍ତି ପ୍ରଧାନ ବାରମ୍ବାର ଅଭିଯୋଗ କରିଥିବା କହିଥିବା ବେଳେ ଜନ ପ୍ରତିନିଧିଙ୍କ ଅବହେଳା ପାଇଁ ଆଜି ଗୋଟିଏ ପରିବାର ସରକାରୀ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ବତୁରନ୍ତ ରାସାର ପରିବାରକୁ ସହାୟତା ଯୋଗାଇଦେବା ପାଇଁ ପଡିକିଆ ସାହିର ଜନସାଧାରଣ ଦାବି କରିଛନ୍ତି ।