ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକ ଠାରେ ଥିବା ଏକ ବିବାଦୀୟ ଜମିକୁ ନେଇ ଆଜି ପୁଣି ଅସନ୍ତୋଷ ଦେଖୁବାକୁ ମିଳିଛି । ସ୍ଥାନୀୟ ଆଦିବାସୀ ଓ ଦଳିତ ସମ୍ପ୍ରଦାୟର ଶତାଧୂକ ଲୋକେ ଏକାଠି ହୋଇ ପଦଯାତ୍ରା ଆସି ଚାରିଛକରେ ଥିବା ଜମିରୁ ତାର ବାଡ଼ ହଟାଇବା ସହ ମଣ୍ତପ ସ୍ଥଳୀକୁ ଭାଙ୍ଗୁ ଥିବା ବେଳେ ଦାରିଙ୍ଗବାଡ଼ି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା l ଯାହାକୁ ନେଇ ପୁଲିସ ଓ ଜନସାଧାରଣଙ୍କ ମଧ୍ଯରେ ଠେଲା ପେଲା ପରିସ୍ଥିତି ଉପୁଜି ଥିଲା l ପରବର୍ତୀ ସମୟରେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବର ଓ ବିଡ଼ିଓ ପ୍ରୀତିରଞ୍ଜାନ ରଥ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଅସନ୍ତୋଷ ଗୋଷ୍ଠୀଙ୍କ କହିବା ଅନୁଯାୟୀ ଚାରି ଛକରେ ଥିବା ଜମି ଉପରେ ଛୋଟ ଛୋଟ ଉଠାଦୋକାନୀଙ୍କୁ ସେଠାରୁ ହଟାଇ କିଛି ମୁଷ୍ଟିମେୟ ଲୋକ ପ୍ରଶାସନର ସହଯୋଗରେ ତାର ବାଡ଼ ପକାଇଥିଲେ । ଯାହାକି ବେଆଇନ ଭାବେ ଏଭଳି କରାଯାଇଥିବା ବେଳେ ଯେଉଁମାନଙ୍କର ଏଥିରେ କ୍ଷତି ହୋଇଛି ସେମାନେ ଗରିବ ଆଦିବାସୀ ହୋଇଥିବାରୁ ଥାନାରେ ଅଭିଯୋଗ କରି ଏକ ମାସ ବିତିଯାଇଥିଲେ ସୁଦ୍ଧା ପୁଲିସ କାହିଁକି ମାମଲା ରୁଜୁ କରୁନାହିଁ ବୋଲି ଲୋକ ସ୍ଥାନୀୟ ଅଧୂକାରୀମାନଙ୍କୁ ପ୍ରଶ୍ନ କରିଥୂଲେ । ଏହା ସହ ଦୁର୍ଗାପୂଜା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନେଇ ଶାନ୍ତି ବୈଠକ କରାଯାଇଥିଲା । ଆଉ ଚାରିଛକରେ ଥିବା ଜମି ଉପରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ପୂଜା କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥୂଲା । ହେଲେ ଦୁର୍ଗାପୂଜା ନାଁରେ ଲୋକଙ୍କ ଦୋକାନ ଭାଙ୍ଗିବା ସହ ବେଆଇନ ଭାବେ ଗୋଟିଏ ଗୋଷ୍ଠୀଙ୍କୁ ତାର ବାଡ଼ ପକାଇବାକୁ ଅନୁମତି କାହିଁକି ଦିଆଗଲା ବୋଲି ଲୋକେ ପ୍ରଶ୍ନ କରିଥିଲେ । ତେବେ ସ୍ଥାନୀୟ ଥାନା ଅଧିକାରୀ ରମେଶ ପ୍ରଧାନ ତହସିଲଦାର ଏବଂ ବିଡ଼ିଓଙ୍କ ବୁଝାସୁଝା ପରେ ଉତ୍ୟକ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ହେଲେ ତୁରନ୍ତ ଏନେଇ ଉଭୟ ଗୋଷ୍ଠୀଙ୍କ ମଧ୍ଯରେ ପୁଣି ଜମିକୁ ନେଇ ରହିଥିବା ସନ୍ତୋଷ ସମ୍ପର୍କରେ ଆଲୋଚନା କରାଯିବ । ଆଉ ତୁରନ୍ତ ଏହାର ଏକ ସମାଧାନ ବାହାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିବା ଦେଖୁବାକୁ ମିଳିଛି । ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ଚାରିଛକ ନିକଟରେ ଥିବା ଏହି ଜମିକୁ ନେଇ ଦୀର୍ଘ ୧୪ ବର୍ଷ ହେଲା ବିବାଦ ଜାରି ରହିଛି। ଯେଉଁଥିପାଇଁ ସ୍ଥାନୀୟ ଲୋକଙ୍କ ମଧରେ ଦୁଇ ଭାଗ ହୋଇ ଜମିକୁ ନେଇ କୋର୍ଟର ଦ୍ଵାରସ୍ଥ ହୋଇଆସୁଥୁବା ବେଳେ ଜମିଟିକୁ କେହି ମଧ୍ଯ ନିଜର କରିପାରିନାହାନ୍ତି । ଆଜିବି ଜମି ସର୍ବସାଧାରଣଙ୍କ ହୋଇରହିଛି । ଯାହାକୁ ନେଇ ବର୍ଷ ବର୍ଷ ଧରି ପ୍ରଶାସନ ପକ୍ଷରୁ ମଧ୍ଯ ଏହାର କୌଣସି ସମାଧାନ କରାଯାଇପାରୁନଥିବା ବେଳେ ଉଭୟ ଗୋଷ୍ଠି ଜମିକୁ ନେଇ ପ୍ରତିସମୟରେ ଟଣାଉଟରା ହେଉଛନ୍ତି । ଆଉ ସମୟ ସମୟରେ ପ୍ରଶାସନର ଏକପାଖିଆ ନିଷ୍ପତ୍ତି ଘଟଣା ଦିନକୁ ଦିନ ଅଧୂକ ଜଟିଳ କରୁଛି ବୋଲି ମଧ୍ୟ ଜନସଧାରଣରେ ଆଲୋଚନା ହେଉଛି ।