ଜିଲ୍ଲା ପ୍ରଶାସନ ପକ୍ଷରୁ ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ, ଗ୍ରାମ୍ୟ ନିର୍ମାଣ ବିଭାଗର ୧୪ଟି ପ୍ରକଳ୍ପର ଶିଳାନ୍ୟାସ….
ଗୁଣପୁର(ସୁନିଲ୍ କୁମାର ସାବତ): ଭଗବାନ ବିର୍ଷା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଣପୁର ଠାରେ ଜନଜାତି ଗୌରବ ଦିବସ ଭାବରେ ପାଳନ କରାଯାଇଛି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଗୁଣପୁର ତହସିଲ ପଡିଆ ଠାରେ ଏକ ବିରାଟ ସଭା ଆୟୋଜିତ ହୋଇଥିଲା । ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଭଗବାନ ବିର୍ଷା ମୁଣ୍ଡା ଜୟନ୍ତୀକୁ ସାରାଦେଶରେ ଜନଜାତିୟ ଗୌରବ ଦିବସ ଭାବରେ ପାଳନ କରି ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେକେ ସମ୍ମାନିତ ଅତିଥି ଭାବେ ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ବିଷମ କଟକ ବିଧାୟକ ନୀଳମାଧବ ହିକକା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର, ରାୟଗଡ଼ା ଉପଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ ଗୁଣପୁର ଉପ ଜିଲ୍ଲାପାଳ କିରନ ଦୀପ କୌର ସହତା ପ୍ରମୁଖ ମଞ୍ଚାସିନ ହୋଇ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆଜିର ଏହି ଗୌରବ ଦିବସକୁ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସରେ ସିଧାସଳଖ ଭାବେ ଯୋଗ ଦେଇ ସଂମ୍ବଧିତ କରିଥିଲେ । ଏଥିରେ ମାବ୍ୟବର ପ୍ରଧାନମନ୍ତ୍ରୀ ଦେଶର ୭ଗୋଟି ଆଦର୍ଶ ଗ୍ରାମ ଘୋଷଣା କରିବ । ସହ ସେଥିରୁ ରାୟଗଡ ଜିଲ୍ଲାର ମୁନିଗୁଡା ବ୍ଲକ ଅନ୍ତର୍ଗତ ଶକଟା ଗ୍ରାମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବରେ ଘୋଷଣା କରିଥିଲେ l ଏହl ସହିତ ଜିଲ୍ଲାର ୧୬୧୧ଟି ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ କାର୍ଯ୍ୟlଦେଶ, ୬୩୩ଜଣ ହିତାଧିକାରୀ ଗୃହ ପ୍ରବେଶ କରିଥିଲେ, ୧୨୮ଜଣକୁ ପ୍ରଥମ କିସ୍ତି ଦିଆଯାଇଥିଲା l ୬୩ ଜଣ ଆଦିମ ଜନଜାତିଙ୍କୁ ଓଟିଇଏଲପି ଜରିଆରେ ସ୍ବାବଲମ୍ବୀ ହେବ ପାଇଁ ୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ଆଜି ଲୋକଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିଲା l ଏହି ଅବସର ରେ ରାୟଗଡ଼ା ଜିଲ୍ଲା ନିର୍ମାଣ ବିଭାଗର ୧୪ ଟି ବଡ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଥିଲା । ଏହି ଅବସରରେ ଜନଜାତିମାନଙ୍କ ବିକାଶ ନିମନ୍ତେ ୫ବର୍ଷ ଧରି ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଜିଲ୍ଲାପାଳ କହିଥିଲେ । ଜନଜାତି ବହୁଳ ଅଂଚଳରେ ୧୫/୧୧/୨୪ରିଖରୁ ୨୬/୧୧/୨୪ ରିଖ ଯାଏଁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡିଛି । ଏହା ସହିତ ଆଦିମ ଜନଜାତି ବହୁଳ ଅଂଚଳ ମଧ୍ୟ୍ୟ ଅନ୍ତର୍ଭୁକ୍ତ କରାଯିବ l ଜନ ଜାତୀୟ ଉତ୍କର୍ଷ ଗ୍ରାମ ଅଭିଯାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଏହି ଜୟନ୍ତୀ ଅବସରରେ ସମଗ୍ର ଜିଲ୍ଲା ର ବହୁ ଆଦିବାସୀ ମହିଳା ସାମିଲ ହୋଇଥିଲେ । ଶେଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ନୃତ୍ୟ ଦଳ ଓ ବିଭିନ୍ନ କଲ୍ୟାଣ ବିଭାଗ ଅଧୀନସ୍ଥ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପୌର ପରିଷଦ ର ଅଧ୍ୟକ୍ଷ ମହେଶ୍ୱର ପଟ୍ଟନାୟକ ଗୁଣପୁର ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଶିବ ଶଙ୍କର ପଟ୍ଟନାୟକ ବିଜେପି ନେତା କାଳୀ ରାମ ମାଝୀ, ଗୁଣପୁର ବ୍ଲକ ଅଧ୍ୟକ୍ଷା ଝିଲି ଶବର ରାମନାଗୁଡ଼ା ବ୍ଲକ ଅଧ୍ୟକ୍ଷ ରବି ଗମାଙ୍ଗ, ବିଷମକଟକ ବ୍ଲକ ଉପାଧ୍ୟକ୍ଷ ଦେବୀ ପଟ୍ଟନାୟକ, ସିଡିଏମଓ ଲାଲ ମୋହନ ରାଉତରାୟ, ଗୁଣପୁର ବିଷମ କଟକ ଗୁଡ଼ାରୀ ମୁନିଗୁଡା ର ବିଡ଼ିଓ ଓ ତହସିଲଦାର , ପୁଟାସିଂ ସ୍ୱତନ୍ତ୍ର ଅଧିକାରୀ ଅସୀମା ରାଓ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଜି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଯୋଗାଣ ଅଧିକାରୀ, ଅତିରିକ୍ତ ମଙ୍ଗଳ ଅଧିକାରୀ, ମଙ୍ଗଳ ଉନ୍ନୟନ ଅଧିକାରୀ, ପ୍ରକଳ୍ପ ମ୍ୟାନେଜର ଓଟିଇଏଲପି, ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଜସ୍ୱ ସହାୟକ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ବେବୀ ରାଣୀ ନନ୍ଦ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନନ୍ତ ପାତ୍ର ସଂଯୋଜନା କରିଥିଲେ । ଶେଷରେ ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ ।