ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ୧୫ ନଭେମ୍ୱର, ୨୦୨୪ ଦିବସକୁ ଜନ ଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଉଛି l ଏହି ଅବସରରେ ଟାଙ୍ଗରପାଲି ବ୍ଲକ ଯୋଗୀମାଲ ପଞ୍ଚାୟତ ଅନ୍ତର୍ଗତ ଡମବହାଲ ଗ୍ରାମର ଏର୍ଗl ମନ୍ଦିର ନିକଟରେ ସ୍ଵତନ୍ତ୍ର ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ସରପଞ୍ଚ ସୌଦାମିନୀ ଭୋଇ, ନାଏବ ସରପଞ୍ଚ ପରେଶ ଚନ୍ଦ୍ର ନାଏକ, ଶିକ୍ଷାବିତ ରାମେଶ୍ବର ପଟେଲ, ଡାଟା ଏଣ୍ଟ୍ରି ଅପରେଟର ପ୍ରଦୀପ କୁମାର ତନ୍ତୀ, ଏମବିକେ ତପସ୍ଵିନୀ ପଟେଲ, ସେବକ ଅନୁଷ୍ଠାନର ପ୍ରତିନିଧି ନରେଶ ମୁଣ୍ଡା, ସିଆରପି ପୁଷ୍ପା ବାଗ ଓ ଲିଲିମା ସିଂ ଯୋଗଦାନ କରି ଜନ ଜାତୀୟ ଗୌରବ ଦିବସର ଆଭିମୁଖ୍ୟ ବିଷୟରେ ଜନ ସାଧାରଣଙ୍କୁ ସୂଚନା ଦେଇଥିଲେ l ପେସl, ଜଙ୍ଗଲ ଅଧିକାର ଆଇନ, ପଞ୍ଚାୟତ ବିକାଶ ସୂଚୀ ବିସୟରେ ଜନ ସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରଯାଇଥିଲା l ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ଆଦିମ ଅଧିବାସୀଙ୍କର ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ଥିବା ପାରମ୍ପରିକ ଅଧିକାରକୁ ସ୍ଵୀକୃତି ପ୍ରଦାନ କରିବା ସହ ଆଦିବାସୀ ସଂସ୍କୃତିକୁ ସୁରକ୍ଷା କରିବା ହେଉଛି ଜଙ୍ଗଲ ଅଧିକାର ଅଧିନିୟମର ପ୍ରମୁଖ ଉଦ୍ଦେଶ୍ୟ l ସଭାରେ ଗ୍ରାମର ୱାର୍ଡ ମେମ୍ବର, ପୁରୁଷ, ମହିଳା ଯୋଗଦାନ କରି ଦେଶକୁ ନିଶା ମୁକ୍ତି କରିବା ନିମନ୍ତେ ପ୍ରୟାସ କରିବାକୁ ସମସ୍ତେ ପ୍ରତିଜ୍ଞା କରିଥିଲେ l ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ତନ୍ତୀ ମଞ୍ଚ ପରିଚାଳନା କରିଥିବା ବେଳେ ସରପଞ୍ଚ ସୌଦାମିନୀ ଭୋଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l