କିରାମାହା ବଡ଼ସାହିରେ ଶିଶୁ ଦିବସ ୨୦୨୪ ଅନୁଷ୍ଠିତ….

ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରିଗୁଡ଼ା ପଞ୍ଚାୟତର କିରାମାହା ଗ୍ରାମର ବଡ଼ସାହିରେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ସହାୟତାରେ ଇମ୍-ପ୍ୟାକ୍ଟ ବାଳିକା ଶିକ୍ଷାକେନ୍ଦ୍ର ମାଧ୍ଯମରେ ଶିଶୁଦିବସ ପାଳନ କରାଯାଇଥିଲା I ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା ୨୦ଟି କେନ୍ଦ୍ରର ବାଳିକା ଓ ଶିଶୁଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନାଚ, ଗୀତ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ହୋଇଥିଲା । ମୁଖ୍ୟଅତିଥି ଭାବେ ଝିଞ୍ଜିରିଗୁଡ଼ା ସରପଞ୍ଚ ଚାନ୍ଦିନୀ ପ୍ରଧାନ, ସମ୍ମାନିତ ଅତିଥ୍‌ ଭାବେ ଗୁଡ୍ରିସା ବଡମାଝି, ସାନୁ ମାଝୀ, ମାନବାଧୂକାର କର୍ମୀ ଗୋପାଳ ରଣଷଣ୍ଢ, ଜୀବିକା ସୁରକ୍ଷା ମଞ୍ଚର କର୍ମୀ ଟନିତା ରଣଷଣ୍ଢ ଓ ସାମାଜିକ କର୍ମୀ ଅନିତା ନାୟକ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମର ସୁପରଭାଇଜର ନିରଞ୍ଜନ ମାଝି ଓ ଭୀମସେନ ବଡମାଝିଙ୍କ ନେତୃତ୍ବ ଓ କିରାମାହା ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଇମ୍-ପ୍ୟାକ୍ଟ ବାଳିକା ଶିକ୍ଷା କେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ନିକଦିମ୍ ମଲିକ କର୍ଯ୍ୟକ୍ରମ ପରିଚାଳନା ଓ ନହ ପାଟମାଝୀ ଧନ୍ୟବାଦ ଅର୍ପଣ କରିଥିଲେ I