ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଗଂଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁର ପନ୍ଦରା ସାହିରେ ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଆହତ । ଗୁରୁତର ଅବସ୍ଥାରେ ଆସିକା ମେଡିକାଲ ଭର୍ତ୍ତି କରିଛି ପୁଲିସ । ପାରିବାରିକ କଳହକୁ ନେଇ ଗତ କାଲି ବିଳମ୍ବିତ ରାତ୍ରରେ ଘଟିଛି ଏପରି ଘଟଣା । ଆହତ ୩୨ ବର୍ଷୀୟ ଲିଟିଲି ପାଣିଗ୍ରାହୀ ଆସିକା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ସ୍ଵାମୀଙ୍କୁ ପୁଲିସ ଥାନାରେ ଅଟକ ରଖିଛି । ଗତକାଲି ବିଳମ୍ବିତ ରାତିରେ ଲିଟିଲି ସହ ତାଙ୍କ ସ୍ବାମୀଙ୍କ ମଧ୍ୟରେ କଳହ ହୋଇଥିଲା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି ହୋଇଥିବା ପୁଲିସ ଦ୍ୱାରା ସୂଚନା ମିଳିଛି । ଶେଷରେ ସ୍ୱାମୀ ଜଣକ ଉତଖୀପ୍ତ ହୋଇ ଲିଟିଲିକୁ ଛୁରୀରେ ପେଟ ଓ ହାତକୁ ଆଘାତ କରିଥିଲେ । ଲିଟିଲିଙ୍କ ଚିତ୍କାର ଶୁଣି ପଡୋଶୀ ପହଁଚି ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଁଚି ଲିଟିଲିକୁ ମେଡିକାଲକୁ ନେବା ସହ ସ୍ଵାମୀକୁ ଧରାକୋଟ ଥାନାରେ ଅଟକ ରଖିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଧରାକୋଟ ଥାନାରେ ଏ ସଂକ୍ରାନ୍ତରେ କେହି ଅଭିଯୋଗ କରି ନଥିବା ଜଣା ପଡ଼ିଛି ।