ରା.ଉଦୟଗିରି(ଆକାଶ ଦାସ): ଗଜପତି ଜିଲ୍ଲାରେ ଦିନକୁ ଦିନ ଚୋରମାନଙ୍କ ଚୋରିର ପ୍ରାଦୁରର୍ଭାବ ବଢ଼ିବାରେ ଲାଗିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦିନ ଦି ପହରରେ ଚୋରି ହୋଉଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ବର୍ତ୍ତମାନ ଚୋରର ଆଡା ସ୍ଥଳ ପାଲଟି ସାରିଲାଣି ଗଜପତି ଜିଲ୍ଲା । ଦିନ ଦି ପହରରେ ଘରେ ପଶି ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଜିନିଷ ଚୋରି କରି ନେବାପରି ଅନେକ ଦୃଶ୍ୟ ଲୋକ ଲୋଚନକୁ ଆସିଛି । ଏବେ ରା.ଉଦୟଗିରି ବ୍ଲକ୍ ତଲଡ଼ା ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଗତ କାଲି ରାତିରେ ତଲଡ଼ା ଗ୍ରାମ ନିକଟସ୍ଥ ଲୋମ ପବ୍ଲିକ ସ୍କୁଲର ସମ୍ମୁଖରେ ଅବସ୍ଥିତ କାର୍ଯ୍ୟରତ ସାମ୍ବାଦିକ ରାହୁଲ କରଙ୍କ ଘର । ଉକ୍ତ ଘରେ ଚାଲିଛି ଦୁଇଟି ଦୋକାନ । ଗୋଟିଏ ମେଡ଼ିକାଲ ଷ୍ଟୋର ଏବଂ ଗୋଟେ ଲୁଗା ଦୋକାନ ।
ସେଠି ରାତି ଲୋକ ରହୁ ନ ଥିବାର ଫାଇଦା ନେଇ ରାତ୍ରି ସମୟରେ ଏହି ଦୋକାନରେ ଚୋରମାନେ ପଶି, ଦୋକାନ ଘରେ ଥିବା ମୂଲ୍ୟବାନ ଜିନିଷ ପତ୍ର ସହିତ ଟଙ୍କା ପଇସା ଯାହା ଥିଲା ଘରର ତାଲା ଭାଙ୍ଗି ଲୁଟି ନେଇଥିବା ଜଣା ପଡିଛି । ସୂଚନା ପ୍ରକାରେ ସେହି ଦୋକନରେ କାମ କରୁଥିବା କର୍ମଚାରୀମାନେ ପ୍ରତିଦିନ ପରି ସକାଳୁ କାମ କରିବାକୁ ଆସିବା ବେଳେ ଦେଖିଥିଲେ ଯେ ଦୋକନର ପଛ ପଟେ ଥିବା ଝରକା ଭାଙ୍ଗି ଘର ଭିତରେ ପଶି ସମସ୍ତ ମୂଲ୍ୟବାନ ଜିନିଷ ସହିତ ଟଙ୍କା ଚୋରି ହୋଇଥିବା ଜାଣି ଦୋକାନର ମାଲିକକୁ ଫୋନ୍ କରି କହିଥିଲେ । ଯାହାର ଆନୁମାନିକ ଟଙ୍କା ସାତ ଲକ୍ଷ୍ୟରୁ ଉର୍ଦ୍ଧ ହେବ ବୋଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ଉକ୍ତ ଦୋକାନ ର ମାଲିକ । ତେବେ ପୁଲିସକୁ ଖବର ଦେବା ସଙ୍ଗେ ସଙ୍ଗେ ରା.ଉଦୟଗିରୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ ଏନେଇ ରା.ଉଦୟଗିରୀ ଥାନାରେ, ଦୋକାନ ମାଲିକଙ୍କ ବାପା ଅଭିଯୋଗ କରିଥିବା ଜଣାପଡିଛି । ହେଲେ ପୁଲିସ କେତେ ଶୀଘ୍ର ଅଭିଯୁକ୍ତକୁ ଧରିବାରେ ସଫଳ ହେଉଛି ଆଉ କେତେ ଶୀଘ୍ର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ କ୍ଷତି ପୂରଣ ସହିତ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।