ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ…..

ଗୁଣପୁର(ସୁନିଲ୍ କୁମାର ସାବତ): ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରରେ ପବିତ୍ର ଶିଶୁ ଦିବସ ଯଥାରୀତି ପାଳିତ ହୋଇଯାଇଛି । ଇତି ଅବସରରେ ସ୍ଥାନୀୟ ଅଞ୍ଚଳର ଜଣେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ସୌଭାଗ୍ୟ ରଞ୍ଜନ ପତି  ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ କରିଥିବାବେଳେ ସଂପାଦକ ଶ୍ରୀ ସୋମନାଥ ଗୌଡ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଉପ ସଭାପତି ମୋହନ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ପି ଗୋବିନ୍ଦ ରାଓ ଓ ସଦସ୍ୟା ପ୍ରତିଭା ରଥ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଆଚାର୍ଯ୍ୟl ସନ୍ତୋଷୀ ବାହାଦୁର ସୁନାର ସଂଯୋଜନା କରିଥିବାବେଳେ ଆଚାର୍ଯ୍ୟ। ସନ୍ତୋଷୀ ମହାପାତ୍ର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ଦିବସ ଅବସରରେ ୧ମ ରୁ ୧୦ମ ଶ୍ରେଣୀ ଶିଶୁ ନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା l  ସେହିପରି ଶିଶୁ ପ୍ରାରମ୍ଭ ଓ ଶିଶୁ ବୋଧ ଶ୍ରେଣୀର ଶିଶୁ ମାନଙ୍କ ମଧ୍ୟରେ ମଧ  ଶିଶୁ ପ୍ରତିଭା ପ୍ରଦର୍ଶନ ହୋଇଥିଲା ଓ ପୁରସ୍କୃତ  କରାଯାଇଥିଲା  । ପରିଶେଷରେ ସାସ୍କୃତିକି  କାର୍ଯ୍ୟକ୍ରମ ସ୍ୱରୂପ  ଶିଶୁ ମାନେ  ନୃତ୍ୟ ପରିବେଷଣ କରିଥିଲେ ।  ଆଚାର୍ଯ୍ୟ ଲଛ୍ମମନ୍  ଶବର ଧନ୍ୟବାଦ ଅର୍ପଣ କରିଥିଲେ ।