ସେବତୀବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣାମେଣ୍ଟ ଉଦ୍ଘାଟିତ….

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ଦିନ 10: 45 ମିନିଟ ସମୟରେ ସେବତୀ ବାହାଲ ଗୋପବନ୍ଧୁ ଫୁଟବଲ ପଡ଼ିଆରେ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଘାଟିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ, ସୁନ୍ଦରଗଡ଼ ପର୍ଶୁରାମ ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥଲେ । ତେବେ ଏହି ଉତ୍ସବର ଦ୍ଵିତୀୟ ପର୍ଯ୍ୟାୟ ମ୍ୟାଚର ମୁଖ୍ୟ ଅତିଥି ଭାବେ ସହର ବରିଷ୍ଠ ଆଇନଜୀବି ତଥା ବିଶିଷ୍ଟ ଶିକ୍ଷାବିତ ରାଜ କିଶୋର ଷଡ଼ଙ୍ଗୀ ଯୋଗ ଦେବା ସହ ଖେଳାଳୀଙ୍କ ଖେଳ ଉପଭୋଗ କରିଥଲେ । ତେବେ ଆଜି ପ୍ରଥମ ମ୍ୟାଚ ଗୋପବନ୍ଧୁ ଫୁଟ୍ ବଲ ଦଳ ଓ ବିର୍ବିରା ଫୁଟବଲ ଦଳ ମଧ୍ୟରେ ହୋଇଥଲା l ସେହିପରି ଦ୍ବିତୀୟ ମ୍ୟାଚ କର୍ଲାଘାଟି ଦଳ ଓ ଇଣ୍ଡୋ ଦଳ ମଧ୍ୟରେ ହୋଇ ଥିଲା । ଏହି ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ମୋଟ 16 ଟି ଦଳ ଭାଗ ନେଉଥିବା ବେଳେ ଶେଷ ଦିନରେ ଦୁଇଟି ମହିଳା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି କମିଟି କହିଛି l