ଲୋକଙ୍କ ହାବୁଡରେ ଦୁଇ ସାଇକେଲ ଚୋର…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ସାଇକେଲ ଚୋରି କରୁଥିବା ଦୁଇ ଚୋରଙ୍କୁ ଲୋକେ ଧରି ଟାଉନ ପୁଲିସକୁ ଦେଲେ । ଆଜି ନଭେମ୍ବର 8 ତାରିଖ ଦିନ ପ୍ରାୟ 1: 45 ମିନିଟ ସମୟରେ ଏହି ଚୋରମାନେ ଦୁଇଟି ସାଇକେଲ ଚୋରି କରି ନେଉ ଥିବା ବେଳେ ଲୋକଙ୍କ ନଜରରେ ପଡ଼ିଥିଲେ । ଲୋକେ  ଉତ୍ତମ ମଧ୍ୟମ ଦେବା ସହ ଟାଉନ ପୁଲିସକୁ ସୂଚନା ଦେଇଥିଲେ । ତେବେ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଚୋରଙ୍କୁ ଲୋକଙ୍କ ନିକଟରୁ ଉଦ୍ଧାର କରି ଟାଉନ ଥାନାକୁ ନେଇଛି । ଏହି ଚୋର ମାନେ MCH  ପରିସରରୁ ଚୋରି କରୁଥିଲେ ।