ପଶୁ ପ୍ରେମୀ ଜୟନ୍ତ….

ଖୋର୍ଦ୍ଧା(ସଂଗ୍ରାମ ରଣା): ଆଜି କାଲିର ଏ ବ୍ୟସ୍ତ ବହୁଳ ଜୀବନରେ କିଏ ବା କାହାକୁ ପଚାରେ …ହେଲେ ଏ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯୋଉମାନେ ନିଜର କର୍ମକୁ ଗୁରୁତ୍ୱ ଦେଇଥାନ୍ତି l ନିଜ ମନ ଯାହା କହେ ତାକୁ କରି ନିଜକୁ ଆନନ୍ଦିତ କରିବା ସହିତ ଅନ୍ୟକୁ ମଧ୍ୟ ଆନନ୍ଦିତ କରିଥାନ୍ତି l ସେବା, ସେବା ତ କେତେ ପ୍ରକାରର ଅଛି ହେଲେ ଏହାକୁ  ସେବା କହି ବା ହୁଏ ତ ଭୁଲ ହେଇପାରେ l କାରଣ ଏହା   ପ୍ରତି ମଣିଷର କର୍ତବ୍ୟ ମାନବ ସେବା, ଓ ପଶୁସେବା,  ସତରେ  ଏ ଦୁଇଟି  ଶବ୍ଦ ଶୁଣିଲେ ଭାରି ଖୁସି ଲାଗେ । ଆମକୁ ଯେତିକି ଖୁସି ଲାଗେ ତାଠୁ ଅଧିକ ଖୁସି ହୁଅନ୍ତି  ସେବା ପାଉଥିବା ଯିବ l ଏମିତି ପଶୁମାନଙ୍କୁ ଭଲପାଉଥିବା ମଣିଷ ଟିଏ ହେଉଛନ୍ତି ଜୟନ୍ତ ଖଣ୍ଡୁଆଳ l ଘର ତାଙ୍କର ଖଣ୍ଡିଆ ବନ୍ଧ, ସେ ପୁରୀର ଏକ ଲଜରେ କାମକରନ୍ତି ସତ ହେଲେ ଏ ବୁଲା ପ୍ରାଣୀମାନଙ୍କୁ ଦେଖିଦେଲେ ଟଙ୍କା ପେଟ ପୂରିଯାଏ ବୋଲି କୁହନ୍ତି ଜୟନ୍ତ l ପ୍ରତିଦିନ ନିଜ କାମ ସାରି ଏମାନଙ୍କୁ ଖାଇବାକୁ ଦିଅନ୍ତି ଆଉ ଖାଇବାପରେ ପାଣି ମଧ୍ୟ ପିଆନ୍ତି l ସବୁଠୁ ବଡ କଥା ହେଲେ ଏମାନଙ୍କର କାହାର ଯଦି କିଛି ସ୍ୱାସ୍ଥ୍ୟଗତ ଅସୁବିଧା ହୁଏ ତେବେ ତାଙ୍କୁ ନେଇ ପଶୁ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରନ୍ତି l ଏହାକୁ ଦେଖାଇ ତାଙ୍କୁ ହାଇ ଲାଇଟ କରିବା ଆମ ଉଦେଶ୍ୟ ନୁହେଁ ବରଂ ସମାଜକୁ ଏକ ବାର୍ତା ଦେବା କାରଣ ଏ ସ୍ୱାର୍ଥ ପର ଦୁନିଆରେ ମଣିଷ ମଣିଷକୁ ପଚାରୁନି l ହେଲେ ଜୟନ୍ତଙ୍କର ଏହି ପଶୁ ପ୍ରେମ ଦେଖିଲା ପରେ ହୁଏ ତ  ସମାଜରେ କିଛି ବ୍ୟକ୍ତି ଏହାକୁ ଅନୁସରଣ କରିବେ ବୋଲି ଆମର ଆଶା l