ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ: କୋଡ଼ିଏ ବର୍ଷ ଧରି ଗଳଗଣ୍ଡ ରୋଗରେ ଆକ୍ରାନ୍ତ ପ୍ରସାଦ…

ଗୁମ୍ମା(ନିରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ମାଲିଆରା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ପରିସ୍ଥିତି । ପ୍ରସାଦ ରଇତ (୫୨ବର୍ଷ) ଅର୍ଥ ଅଭାବରୁ କୋଡ଼ିଏ ବର୍ଷ ଧରି ଗଳଗଣ୍ଡ ରୋଗରେ ଆକ୍ରାନ୍ତ ହୋଇଥିଲେ ସୁଦ୍ଧା ଚିକିତ୍ସା କରି ପାରୁ ନାହାଁନ୍ତି । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଭଳି ଯୋଜନା ବିଷୟରେ ସେ ଅବଗତ ନାହାନ୍ତି । ସ୍ଵାସ୍ଥ୍ୟ ବିଭାଗ କର୍ମୀ, ପ୍ରଶାସନ କିମ୍ବା କୌଣସି ଜନ ପ୍ରତିନିଧି ତାଙ୍କୁ ଏସମ୍ବନ୍ଧରେ ସଚେତନ ନ କରାଇବା ଯୋଗୁ ଏଭଳି ରୋଗରେ ପୀଡିତ ହୋଇ ସୁଦ୍ଧା ସେ ସମାଧାନ ବାଟ ପାଇ ନାହାନ୍ତି । ତୁରନ୍ତ ପ୍ରସାଦଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବାକୁ ମାଲିଆରା ଗ୍ରାମବାସୀ ଦାବି କରିଛନ୍ତି ।