ଗୁମ୍ମା(ଟିକି ଲିମା): ଗଜପତି ଜିଲ୍ଲା ଗୁମା ବ୍ଲକ ବାପଟିଷ୍ଟି ମଣ୍ଡଳୀ ସମ୍ମିଳନୀର ନୂତନ ଉପାସନା ଗୃହ ଓ ନୂତନ ପାଳକ ବିଳାପ ପାଣିଙ୍କ ପାଳକାଭିଷେକ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ସମ୍ମିଳନୀର ମୁଖ୍ୟକର୍ମକର୍ତା ଏବଂ ସମସ୍ତ ପାଳକ, ଚାଳକ, ମଣ୍ଡଳୀର ସମସ୍ତ ବିଶ୍ବାସୀ ବିଶ୍ୱାଶିନି ଉପସ୍ଥିତି ଥିଲେ l ମୁଖ୍ୟ ପ୍ରସଙ୍ଗ ବକ୍ତା ଭାବେ ଆଚାର୍ଯ୍ୟ ଉପେନ୍ଦ୍ର ପରିଛା ଉପସ୍ଥିତି ରହି ଅଭିଷେକ ପ୍ରସଙ୍ଗକୁ ଆଧାର କରି ନିଜର ବକ୍ତବ୍ୟ ପ୍ରଧାନ କରିଥିଲେ l ପରବର୍ତ୍ତୀ ସମୟରେ ନବ ନିର୍ବାଚିତ ପାଳକ ବିଳାପ ପାଣିଙ୍କୁ ସମ୍ମିଳନୀର ମୁଖ୍ୟ କର୍ମକର୍ତ୍ତା ସଭାପତି ଆଚାର୍ଯ୍ୟ ଇସ୍ରାଏଲ ଲିମା, ଉପ ସଭାପତି ପାଳକ ଆଚାର୍ଯ୍ୟ ପ୍ରଦୀପ୍ତ କୁମର ଲିମ୍ମା ଏବଂ ଅନ୍ୟାନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ପାଳକସାର୍ଟି ପିକେଟ୍ ଏବଂ ଆଇଡି କାର୍ଡ ପ୍ରଦାନ କରାଯାଇଥିବା ବେଳେ ନବ ନିର୍ବାଚିତ ପାଳକକଙ୍କୁ ସମ୍ମିଳନୀ ଏବଂ ମଣ୍ଡଳୀର ସମସ୍ତ ସଦସ୍ୟ ସଦସ୍ୟା ଗଣ ହସ୍ତ ମିଳନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲା l