ସ୍କାଉଟ୍ ଏଣ୍ଡ ଗାଇଡର ୭୫ତମ ପ୍ରତିଷ୍ଠା ଦିବସ ପାଳିତ…

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ବ୍ଲକ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଏଣ୍ଡ ଗାଇଡର ୭୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ମଞ୍ଚାସୀନ ଥିଲେ । ବରିଷ୍ଠ ସ୍କାଉଟ୍ ଶିକ୍ଷକ ହ୍ରୃଷିକେଶ ନାୟକ ଦିବସର ଉଦ୍ଦେଶ୍ୟ ଏବଂ ଭାରତ ସ୍କାଉଟ୍ ଏଣ୍ଡ ଗାଇଡ୍ ମହତ୍ତ୍ୱ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୀର ଚକରା ବିଷୋୟୀ ସ୍କାଉଟ୍ ଟ୍ରୁପର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବକ୍ତୃତା, ରଚନା, ଚିତ୍ରକଳା ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିଲେ । ପରେ ବାହାଡ଼ାପଦର ଗ୍ରାମରେ ସ୍କାଉଟ୍ ଟ୍ରୁପର ଛାତ୍ରଛାତ୍ରୀମାନେ ଓ୍ବ।କଥନ ରାଲି କରି ସ୍କାଉଟ୍ ଏଣ୍ଡ ଗାଇଡ୍ ସମ୍ପର୍କରେ ସଚେତନତା ସୃଷ୍ଟି କରି ଥିଲେ । ସହ ସ୍କାଉଟ୍ ଶିକ୍ଷକ ପ୍ରଦୀପ କୁମାର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।