ଖୁଡ଼ିକୁ ତନ୍ଟି କାଟି ହତ୍ୟା କଲା ପୁତୁରା….

ଧରାକୋଟ(ସୁନୀଲ କୁମାର ଚୌଧୁରୀ): ଧରାକୋଟ ଥାନା ଅନ୍ତର୍ଗତ ବରଡାବିଲି ଗ୍ରାମରେ ଆଜି ଘଟିଛି ଏକ ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଆଜି ସ୍ପଷ୍ଟ ଦିବାଲୋକରେ ଗ୍ରାମର ସିକନ୍ଦର ସାହୁଙ୍କ ପୁଅ ବଳରାମ ସାହୁ ନିଜ ବିଧବା ଖୁଡି ସସ୍ମିତା ସାହୁ (32)କୁ ନିର୍ମମ ଭାବେ ଛୁରୀ ଭୂଷି ହତ୍ୟା କରିବା ପରେ ହତ୍ୟା କାଣ୍ଡରେ ବ୍ୟବୃହତ ଧାରୁଆ ଛୁରୀ ସହ ଥାନାରେ ଆତ୍ମ ସମର୍ପଣ କରିଛି । ମିଳିଥିବା ବିବରଣୀ ଅନୁଯାୟୀ ବରଡାବିଲି ଗ୍ରାମର ଶିବରାମ ସାହୁ କେନସରରେ ମୃତ୍ୟୁ ବରଣ କରିବା ପରେ ତାଙ୍କ ସ୍ତ୍ରୀ ସସ୍ମିତା ସାହୁ ନିଜର ଏକ ମାତ୍ର ଝିଅ ଜ୍ୟୋତି ସାହୁ (10)ଙ୍କ ସହ ଘରେ ଏକାକୀ ରହୁଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୁଗା ପଟା ସିଲେଇ କରି ପରିବାର ପ୍ରତି ପୋଷଣ କରୁଥିଲେ । ସବୁଦିନ ପରି ଆଜି ଝିଅ ଜ୍ୟୋତି ନିକଟସ୍ଥ ବିଦ୍ୟାଳୟକୁ ଯିବା ପରେ ବଳରାମ ମଧ୍ୟାହ୍ନ ସମୟରେ ଖୁଡି ସସ୍ମିତାଙ୍କ ନିକଟକୁ ଆସିଥିଲେ । କୌଣସି କରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାପରେ ଏଥିରେ ଉତଖିପ୍ତ ହୋଇ ପୁତୁରା ବଳରାମ ସାଙ୍ଗରେ ଆଣିଥିବା ଧାରୁଆ ଛୁରୀରେ ଖୁଡି ସସ୍ମିତାକୁ ଆକ୍ରମଣ କରିବା ସହ ତନ୍ତିକୁ କାଟି ହତ୍ୟା କରିବା ପରେ ଧରାକୋଟ ଥାନାରେ ଆତ୍ମ ସମର୍ପଣ କରିଥିଲେ । ଏ ସମ୍ପର୍କରେ ସସ୍ମିତାଙ୍କ ଶାଶୁ ତମାଳ ସାହୁ ଧରାକୋଟ ଥାନାରେ ଏତଲା ଦେବା ପରେ ଥାନାରେ କେସ ନମ୍ବର 366/24 ପ୍ରକାରେ ମାମଲା ରୁଜୁ ହୋଇଯାଇଛି ।  ତଦନ୍ତ କାରି ଅଧିକାରୀ ସସ୍ମିତା ମଗର ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି । ସାଇଁଟିଫିକ ଟିମ ଘଟଣା ସ୍ଥଳେ ପହଞ୍ଚି ନମୁନା ସଂଗ୍ରହ କରିଥିବା ବେଳେ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତର ଖାନାରେ ରଖାଯାଇଛି । ଘଟଣା ସମ୍ପର୍କରେ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁଙ୍କ ସହ କଥାବାର୍ତ୍ତା ବେଳେ ଅଭିଯୁକ୍ତ ବଳରାମର ଖୁଡି ସସ୍ମିତା ସହ ପ୍ରାୟ ଏକ ବର୍ଷ ଧରି ଅନୈତିକ ସମ୍ପର୍କ ରହିଥିଲା । ବାରମ୍ବାର ଖୁଡି ସସ୍ମିତା ପୁତୁରା ବଳରାମକୁ ଅଧିକ  ଅର୍ଥ ଦାବି କରି ହଇରାଣ ହରକତ କରି ଆସୁଥିଲା । ଗତ ତିନି ମାସ ପୂର୍ବରୁ ଉଭୟଙ୍କ ମଧ୍ୟରେ ଥିବା ସଂପର୍କ ତିକ୍ତତା ଆଡ଼କୁ ଗତି କରିଥିଲା । ଆଜି ମଧ୍ୟାହ୍ନରେ ଏହା ଉଗ୍ର ରୂପ ଧାରଣ କରିବାରୁ ପୁତୁରା ବଳରାମ ଖୁଡି ସସ୍ମିତାକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତି ଗ୍ରହଣ କରିଥିଲା । ମଧ୍ୟାହ୍ନରେ ବଳରାମ ଏକ ଧାରୁଆ ଛୁରୀ ସହ ଖୁଡି ସସ୍ମିତା ଘରେ ପହଞ୍ଚି ଭିତର ପଟୁ ଗ୍ରିଲ ବନ୍ଦ କରି ଖୁଡିର ଛାତି ଓ ପେଟକୁ ବାରମ୍ବାର ଭୁଷିବା ପରେ ଗଳା କାଟି ହତ୍ୟା କରି  ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରି ଥାନା ଅଧିକାରୀଙ୍କ ନିକଟରେ ନିଜର  ଦୋଷ ସ୍ବୀକାର କରିଥିଲା । ସମ୍ପ୍ରତି ଏହି ଘଟଣା ଧରାକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।