ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଛାତ୍ର ଆହତ…

ଦାରିଙ୍ଗବାଡି( ଆଶୋକ ସିଂ): ବିଦ୍ୟୁତ୍ ବିଭାଗର ଖାମଖିଆଲି ନୀତି ଯୋଗୁଁ ଘଟୁଛି ଅନେକ ଅଘଟଣ ବାରମ୍ଵାର ବିଭାଗୀୟ କର୍ମଚାରୀମାନଙ୍କୁ ବିଦ୍ୟୁତ ତାର ସଜାଡିବାକୁ କୁହାଯାଇ ଥିଲେ ସୁଦ୍ଧା କର୍ମଚାରୀମାନେ ତାହାକୁ ଗୁରୁତ୍ଵ ଦେବା ପରିବର୍ତ୍ତେ  ମନମାନି କରି କିଛି ହାତଗୁଞ୍ଜା ମାଗୁ ଥିବା ଅଭିଯୋଗ ହେଉଛି । ବିଦ୍ୟୁତ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ ଆଜି ୩ଜଣ ଛାତ୍ର ଆହତ ହେଇଥିବା ଘଟଣା ସାମ୍ନାକୁ ଆସିଛି । କନ୍ଧମାଳ ଓ ଗଜପତି ଜିଲ୍ଲା ସୀମାନ୍ତ  ମୋହନା ବ୍ଲକ ଅନ୍ତର୍ଗତ କଟାମା ପଞ୍ଚାୟତର ଡନିଙ୍ଗାରେ ଏପରି ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଆହତ ଛାତ୍ରମାନେ ହେଲେ ଉକ୍ତ ଗ୍ରାମର ପିଟର ସୁଆନ ସିଂ(୯), ରୀଙ୍କୁ ପରିଛା (୧୫), ସିଦ୍ଧାର୍ଥ ନାୟକ(୭) । ଶୀତ ଦିନ ହୋଇଥିବାରୁ ଛାତ୍ରମାନେ ଛାତ ଉପରେ କଅଁଳିଆ ଖରାରେ ପାଠ ପଢ଼ିବାକୁ ଯାଇଥିବା ସମୟରେ  ଘଟଣା ଘଟିଥିଲା । ଆହତମାନଙ୍କୁ ପରିବାର ଲୋକେ ତୁରନ୍ତ ବ୍ରାହ୍ମଣୀଗାଁ ସ୍ଥିତ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଡ଼ାକ୍ତର ଆହତ ଛାତ୍ରଙ୍କୁ ବିଶେଷ କିଛି ହୋଇ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦେଇଥିଲେ । ସୂଚନା ଅନୁଯାୟୀ ଆହତଙ୍କ ପିତା ବିପ୍ର ପରିଛାଙ୍କ  ପ୍ରତିକ୍ରିୟାରୁ ଯାହା ଜଣା ପଡିଛି ଯେ ସେ ଅନେକ ଦିନରୁ ବିଦ୍ୟୁତ୍ ବିଭାଗର କର୍ମଚାରୀମାନଙ୍କୁ ନିଜ ଘର ଉପରେ ଯାଇଥିବା ବିଦ୍ୟୁତ୍ ତାରକୁ ଅନ୍ୟ ଯାଗାକୁ ଘୁଞ୍ଚାଇବା ପାଇଁ ବାରମ୍ବାର ଅନୁରୋଧ କରିଥଲେ କିନ୍ତୁ ଏହାକୁ କର୍ମଚାରୀ ମାନେ ତାଙ୍କ କଥାକୁ ଗୁରୁତ୍ବ ନ ଦେଇ ବରଂ  ବିଦ୍ୟୁତ୍ ତାର ଘୁଞ୍ଚାଇବାକୁ ହେଲେ ସେମାନଙ୍କୁ କିଛି ଟଙ୍କା  ଦେବାକୁ ପଡିବ ବୋଲି କର୍ମଚାରୀ ମାନେ କହିଥିବା ନେ଼ଇ  ବିପ୍ର ପରିଚ୍ଛା କ୍ଷୋଭ ପ୍ରକାଶ କରିଛନ୍ତି । ଉକ୍ତ କର୍ମଚାରୀଙ୍କୁ ଦେବା ପାଇଁ ବିପ୍ରଙ୍କ ପାଖରେ ଅର୍ଥ ନଥିବା ବେଳେ  ଅଚାନକ ଏଭଳି ଘଟଣା ଘଟିଥିବାରୁ ସେ ବିଦ୍ୟୁତ୍ ବିଭାଗ କୁ ଦାୟୀ କରିଛନ୍ତି । ଅଞ୍ଚଳ ବାସୀ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ବିଦ୍ୟୁତ୍ ବିଭାଗ ଏହା ଉପରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।