ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ବିକାଶ ପ୍ରଧାନ…

ସୁନ୍ଦରଗଡ(ଦେବେନ୍ଦ୍ର କୁମାର ଭିତ୍ରିଆ): ଆଜି ନଭେମ୍ବର 8 ତାରିଖ ଶୁକ୍ରବାର ପୂର୍ବାହ୍ନ 10:30 ମିନିଟରେ ସୁନ୍ଦରଗଡ଼ ସଂସ୍କୃତି ଭବନରେ ଜିଲ୍ଲା ସ୍ତରୀୟ ଶିଶୁ ମହୋଉତ୍ସବ ସୁରଭି 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ  ମୁଖ୍ୟ ଅତିଥି ଭାବେ ସମ୍ବଲପୁର ରିଜିଓନାଲ ଡାଇରେକ୍ଟର ବିକାଶ ପ୍ରଧାନ । ସ୍କୁଲରେ ବୈଷୟିକ ପାଠ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣକୁ ସର୍ବ ସମ୍ମୁଖରେ ପ୍ରକାଶ କରିବାର ଏହା ଏକ ବଳିଷ୍ଠ ପ୍ଲାଟ ଫର୍ମ । ଏହାକୁ ସୁନ୍ଦରଗଡର ପୂର୍ବତନ ଜିଲ୍ଲାପାଳ ସୁଜାତା କାର୍ତ୍ତିକେୟନ ଆରମ୍ଭ କରିଥିବା ବେଳେ ଆଜି ମଧ୍ୟ ସେହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପ୍ରୋତ୍ସାହନ ଦେବା ସହ ପ୍ରତ୍ୟେକ ବର୍ଷ କରି ଆସୁଛି । ଆଜି ଏହି କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, PDDRDA , DI &PRO ଯୋଗ ଦେଇଥିଲେ ।