ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି କଂଗ୍ରେସ ପକ୍ଷରୁ ସ୍ଥାନୀୟ ପିଡବ୍ଲୁଡି ଡାକ ବଙ୍ଗଳା ଠାରେ ଯୁବ ନେତା ଘୁ.ଉଦୟଗିରି ପୂର୍ବତ୍ତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି l ଏହି ବୈଠକରେ ଏନଏସି ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ, ଘୁ.ଉଦୟଗିରି ଜୋନ କଂଗ୍ରେସ ସଭାପତି ମାନଭଞ୍ଜନ ପ୍ରଧାନ, ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ତଲାରୀ ମାହା ସମିତି ସଭ୍ୟ ଉମେଶ ମଳିକ, ବରିଷ୍ଟ କଂଗ୍ରେସ ନେତା ରମାକାନ୍ତ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଥମାସ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ମାନଭଂଜନ ପ୍ରଧାନ, ମହୀପତି ନାୟକ, ଯୁବନେତା ଶଶାନନ୍ଦ ପ୍ରଧାନ, ମହାନନ୍ଦ ପ୍ରଧାନ, ଲୁଲୁ ନାୟକ, ଅଚ୍ୟୁତ ନାୟକ, ଅଜିତ ନାୟକ, ସଞ୍ଜୟ କୁମାର ଡିଗାଲ, ରାଜେଶ ସାହୁଙ୍କ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l ଉକ୍ତ ବୈଠକରେ ବରିଷ୍ଠ କଂଗ୍ରେସ ନେତା ଥମାସ ପ୍ରଧାନ ସଭାପତିତ୍ୱ କରି ଥିଲେ l ଆମକୁ ଏକଜୁଟ ହୋଇ କଂଗ୍ରେସ ଦଳକୁ ସଂଗଠିତ କରିବା ପାଇଁ କାମ କରିବାକୁ ପଡ଼ିବ l ଯାହା ଦ୍ୱାରା ଦଳ ସଂଗଠିତ ହେବା ସହ ଅଞ୍ଚଳର ବିକାଶ ମୂଳକ କାମ ହୋଇ ପାରିବ ବୋଲି ବିଧାୟକ ପ୍ରତିନିଧି ମଧୁଲିନା ଦିଗାଲ ବକ୍ତବ୍ୟରେ କହି ଥିଲେ l ଦେଶର ଭବିଷ୍ୟତ ଓ ଦେଶ ବାସୀଙ୍କ ବଳ କଂଗ୍ରେସ ଦଳ l ତେଣୁ ଆମେ ସମସ୍ତେ ଏକଜୁଟ ହେଲେ ହିଁ ଡବଲ ଇଂଜିନ ଓ ତାନାସାହି ସରକାରକୁ ଉଚ୍ଚିତ ଜବାବ ଦେଇ ପାରିବା ସଂଗେ ସଂଗେ ମୂଳାଉପାଟନ କରିପାରିବା ବୋଲି ପୂର୍ବତ୍ତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇ ଥିଲେ l ଆମ ସମସ୍ତଙ୍କୁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଏକଜୁଟ ଓ ଶୁଦ୍ଧୃଡ଼ ହେବାକୁ ପଡ଼ିବ ଓ କଂଗ୍ରେସ ଦଳକୁ ଶାସନକୁ ଆଣିବାକୁ ପଡ଼ିବ l ଯାହାଦ୍ୱାରା ଦେଶ ଓ ରାଜ୍ୟରେ ଶୁଶାସନ ଆସିବ ବୋଲି କଂଗ୍ରେସ ବରିଷ୍ଟ ନେତା ରମାକାନ୍ତ ମହାପାତ୍ର କର୍ମୀଙ୍କୁ ଉଦବୋଧନ ଦେଇ ଥିଲେ l କଂଗ୍ରେସ ଦଳ ଆମ ସମସ୍ତଙ୍କ ବଳ l ତେଣୁ ଆମ ସମସ୍ତଙ୍କୁ ସଂଗଠିତ ହେବାକୁ ପଡ଼ିବ l ଆମ ଦେଶ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ<span;> ଗତି କରୁଛି l ବର୍ତ୍ତମାନର ଡବଲ ଇଞ୍ଜିନ ସରକାର କେବଳ କିଛି ହାତ ଗଣତି ଶିଳ୍ପପତିଙ୍କ ସ୍ୱାର୍ଥ ରକ୍ଷା ଦିଗରେ କାମ କରୁଛି l ତେଣୁ ଦେଶବାସୀଙ୍କ ପାଇଁ କଂଗ୍ରେସ ଦଳ ହିଁ ଏକ ମାତ୍ର ବିକଳ୍ପ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ନଗର କଂଗ୍ରେସର ପୂର୍ବତ୍ତନ ସଭାପତି ଗଗନ କୁମାର ପ୍ରଧାନ l ଏହି ସଭାରେ ଅଂଚଳର ବିକାଶ ମୂଳକ କାମ ଓ ଦଳୀୟ ସଂଗଠନ ସମ୍ପର୍କରେ ଆଲୋଚନା ହୋଇ ଥିଲା l ଶେଷରେ ଘୁ.ଉଦୟଗିରି ନଗର କଂଗ୍ରେସ ପୂର୍ବତ୍ତନ ସଭାପତି ଗଗନ କୁମାର ପ୍ରଧାନ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ l