କେଏମ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜ୍ୟସ୍ତରକୁ ମନୋନୀତ…

ରା ଉଦୟଗିରି( ଆକାଶ ଦାସ): ଗଜପତି ଜିଲ୍ଲାର ପାରଳାଖମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2024 ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମହୋତ୍ସବରେ ଜିଲ୍ଲାର ସାତଟି ବ୍ଲକରୁ  ଛାତ୍ରଛାତ୍ରୀମାନେ ନାଚ ଗୀତ ଆଦି ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏହି ଉତ୍ସବରେ ରା. ଉଦୟଗିରି ବ୍ଲକ୍ ସ୍ଥିତ କେ. ଏମ. ଭାଲିଆସହି ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଶ୍ରୀ ଭେଙ୍କଟେଶ୍ୱର ନାୟକ ମଧ୍ୟାହ୍ନ ଭୋଜନ କାର୍ଯକ୍ରମର ଚିତ୍ର କଳlରେ ଅଂଶ ଗ୍ରହଣ କରିଥିଲେ । ଫଳତଃ ଏହି ପ୍ରତିଯୋଗୀତାରେ ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ତତ୍ ସହିତ ଉକ୍ତ ବିଦ୍ୟାଳୟରୁ ସପ୍ତମ ଶ୍ରଣୀର ଛାତ୍ରୀ ସୁଭସ୍ମିତl କାର୍ଯୀ କନିଷ୍ଠ ବିଭାଗର ବକ୍ତୃତା ପ୍ରତିଯୋଗୀତାରେ  ଅଂଶ ଗ୍ରହଣ କରି ଜିଲ୍ଲା ସ୍ତରରେ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ସୁନlମକୁ ବହୁଗୁଣିତ କରାଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ଶୁଭେଛ୍ଛା ଜଣେଇବା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଅଶେଷ ସାଧୁବାଦ ଜ୍ଞାପନ କରିଛନ୍ତି ।