ରାମଗିରିଠାରେ ବ୍ଲକ ସ୍ତରୀୟ ସରଗିଫୁଲ ଉତ୍ସବ ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ..

ରା.ଉଦୟଗିରି (ଆକାଶ ଦାସ): ଗଜପତି ଜିଲ୍ଳା ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ରାମଗିରି ସ୍ଥିତ ସରକାରୀ (ମଙ୍ଗଳ ବିଭାଗ) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁସୂଚୀତ ଜନଜାତି ଓ ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ “ସରଗିଫୁଲ ଉତ୍ସବ ୨୦୨୪ ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ମମତା ରାଣୀ ପରିଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରା.ଉଦୟଗିରି ବ୍ଲକର ୧୫ଗୋଟି ବିଭାଗୀୟ ବିଦ୍ୟାଳୟଗୁଡିକରୁ ପ୍ରାୟ ୩୩୫ଜଣ ପ୍ରତିଯୋଗୀ ନୃତ୍ୟ, ସଂଗୀତ, ବକ୍ତୃତା ଆଦି ୧୨ଟି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରା.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ, ରାମଗିରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟ ଲକ୍ଷ୍ମୀନାରାୟଣ ଶବର ତଥା ସମ୍ମାନୀତ ଅତିଥିଭାବେ ଛେଳିଗଡ ବୃହତ୍ ଜଳସେଚନ ପ୍ରକଳ୍ପ ପ୍ରଶାସକ ରବିନ୍ଦ୍ରନାଥ କହଁର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପବିତ୍ର ପଣ୍ଡା, ଡ. ବ୍ରଜରାଜ କର, ଥାନାଧିକାରୀ କେ ଶଙ୍କର ରାଓ, ସ୍ଥାନୀୟ ସରପଞ୍ଚ ସସ୍ମିତା କାର୍ଯ୍ୟୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ବଡମୁଣ୍ଡି ପ୍ରମୁଖ ଯୋଗଦେଇ ସ୍ଥାନୀୟ କଳା ସଂସ୍କୃତିକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକୃଷ୍ଟ କରାଇବା ଦିଗରେ ସରଗିଫୁଲ ଏକ ଉତ୍କୃଷ୍ଟ ମାଧ୍ୟମ ହେବବୋଲି ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିବାବେଳେ ପ୍ରତ୍ୟେକ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ସରଗିଫୁଲ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିବା ଘୋଷଣା କରାଯାଇଥିଲା । ଜିଲ୍ଲାସ୍ତରୀୟ ଏଇ ସର୍ଗିଫୁଲ କାର୍ଯ୍ୟକ୍ରମ ତାହା ପୁଣି ଏଇ ରାମଗିରିଠାରେ ଅନୁଷ୍ଠିତ ହେବାର ସମ୍ଭାବନା ଥିବା ସୂଚନା ସୂଚନା ମିଳିଛି । ତେବେ ଉକ୍ତ କାର୍ଯ୍ୟକ୍ରମକୁ ଅଞ୍ଜିତ କୁମାର ପରିଛ୍ଛା ଓ ପ୍ରଦୀପ୍ତ ନାୟକ ପରିଚାଳନା କରିଥିବାବାଳେ ଆୟୋଜକ ରାମଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ କର୍ମଚାରି ପରିଚାଳନାରେ ସହଯୋଗ କରିଥିବାବେଳେ ସମସ୍ତ ବିଦ୍ୟାଳୟର ଦାୟିତ୍ବରେଥିବା ଶିକ୍ଷକମାନଙ୍କ ସହ ଛାତ୍ରଛାତ୍ରୀ ଓ ଅବିଭାବକଗଣ ବହୁତ ସଂଖ୍ୟାରେ ଯୋଗଦେଇଥିଲେ |