ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ….

ଗୁମ୍ମା(ନୀରୋଜ କୁମାର ଷଡ଼ଙ୍ଗୀ): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ୍ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । କୃଷ୍ଣଚନ୍ଦ୍ରପୁର ଗ୍ରାମର ଶତାଧିକ ଶ୍ରମିକମାନଙ୍କୁ ନେଇ ଏଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲା  ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ରଞ୍ଜନ କୁମାର ମହାପାତ୍ର, ଇସ୍ରାଏଲ ମାଳି ଓ ଆରତୀ ପାଣି ଯୋଗ ଦେଇ ଶ୍ରମିକମାନଙ୍କୁ ଆଇନ୍ ଅନୁଯାୟୀ ଅଧିକାର ଓ ନିର୍ମାଣ ଶ୍ରମିକ କାର୍ଡ କିପରି ତିଆରି କରିବା ଏବଂ ଏହାର ବିଭିନ୍ନ ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ସୁନିଲ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କୃଷ୍ଣଚନ୍ଦ୍ରପୁର ଚର୍ଚ୍ଚର ପାଳକ ଆଚାର୍ଯ୍ୟ ହାଜାଏଲ୍ ପାଣି ଓ ଦିକନ୍ ସୁବୋଧ ଚନ୍ଦ୍ର ଲିମା ଉପସ୍ଥିତ ଥିଲେ।