ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣଙ୍କର ମୃତ୍ୟୁ ଓ ୬ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଦୁଃଖଦ ଘଟଣା ପରେ ଏହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନେତା ମନ୍ତ୍ରୀ, ଶାସକ ପ୍ରଶାସକ ମାନଙ୍କର ସୁଅ ଛୁଟୁଛି । ରାଜ୍ୟ ରାଜନୀତିରେ ଭିନ୍ନ ଏକ ମୋଡ଼ ନେଇଛି । ବିକାଶର ଅସଲ ଚିତ୍ର ସାମ୍ନାକୁ ଆସିଛି । ଏହି ଅବସରରେ ଶନିବାର ଦିନ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମାଣ୍ଡିପଙ୍କାରେ ମୃତକ ପରିବାରକୁ ସାକ୍ଷାତ କରି ସାନ୍ତ୍ଵନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ ଗ୍ରାମ ବାସୀମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ପ୍ରକୃତରେ ଆମ୍ବ ଟାକୁଆ ଜାଉ ଖାଇ ୨ଜଣ ମୃତ୍ୟୁ ବରଣ କରିଥିବା ଓ ୬ଜଣ ଅସୁସ୍ଥ ହୋଇ ଥିବା ଘଟଣା ସତ୍ୟ ଅଟେ l ରାଜଧାନୀରେ ରହି ସରକାର ମିଥ୍ୟା ପ୍ରଚାର କରୁଛନ୍ତି l ଏଭଳି ପରିସ୍ଥିତିରେ ଲୋକଙ୍କୁ ବଞ୍ଚାଇବା ସମସ୍ତ ଦାୟିତ୍ଵ l
ମୁଖ୍ୟ ମନ୍ତ୍ରୀ ନିଜେ ଜଣେ ଆଦିବାସୀ ନେତା ହୋଇ ଆଜି ପର୍ଯ୍ୟନ୍ତ କିପରି ଘଟଣା ସ୍ଥଳରେ ପହଞ୍ଚି ନାହାଁନ୍ତି ବୋଲି ସେ କହିଛନ୍ତି l ଜିଲ୍ଲାପାଳ, ଆର୍ ଡି ସି ଆସି ବୁଲିଦେଇ ଗଲେ ତାହା ଯଥେଷ୍ଟ ନୁହେଁ l ଏହି ସାଂପ୍ରତିକ ପରିସ୍ଥିତିରେ ସରକାର ତୁରନ୍ତ ଏକ ରିଲିଫ କ୍ୟାମ୍ପ କରି ମାସେ ଦୁଇମାସ ପାଇଁ ଭରଣ ପୋଷଣର ଦାୟିତ୍ଵ ନିଅନ୍ତୁ l ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ବ୍ୟବସ୍ଥା କରନ୍ତୁ l ପାହାଡ଼ରୁ ଝରଣା ପାଣିକୁ ଷ୍ଟୋର କରି ପାନୀୟ ଜଳ ଭାବେ ଦୂଷିତ ଜଳ ପ୍ରଦାନ କରାଯାଉଛି l କାମ ଧନ୍ଦା ନ ମିଳିବା କରଣରୁ ଶତାଧିକ ଲୋକେ ଦାଦନ କାଟିବାକୁ ଯାଉଛନ୍ତି l ପାଖରେ ମେଡ଼ିକାଲ ସୁବିଧା ନାହିଁ, ଗାଁରେ ନେଟୱର୍କ ମଧ୍ୟ ନାହିଁ l ସଂପୂର୍ଣ୍ଣ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ସରକାର ନିଶ୍ଚିତ ଭାବେ ଏହି ଭୟାବହ ପରିସ୍ଥିତିକୁ ଉପଲବ୍ଧି କରି ଆଦିବାସୀମାନଙ୍କ ଦୁଃଖ ଲାଘବ କରିବେ ବୋଲି ସେ ସରକାରଙ୍କ ନିକଟ ରେ ଦାବୀ କରିଛନ୍ତି । ଏହି ଗସ୍ତ ସମୟରେ ପୂର୍ବତନ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ସହ ପୂର୍ବତ୍ତନ ବିଧାୟକ ସାଲୁଗା ପ୍ରଧାନ, ବାଣୀ ବ୍ରତ ତ୍ରୀପାଠୀ ସ୍ବେଛାସେବୀ, ବିକାଶ ଗିରି, କନ୍ଧମାଳ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ସଭାପତି ସର୍ବେଶ୍ଵର ମିଶ୍ର, ମାନସ ଦାସ, ରବି ପାଳ, ଅଚ୍ୟୁତ କହଁର ସମେତ ବିଜୁଜନତା ଦଳର କର୍ମୀମାନେ ସାମିଲ ହୋଇଥିଲେ ।
Prev Post