ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ମେଡ଼ିକାଲରୁ ଫେରିଲେ ୩ଜଣ ମହିଳା….

ଦାରିଙ୍ଗବାଡ଼ି(ଆଶୋକ ସିଂ ): ରାଜ୍ୟ ରାଜନୀତି ରେ ଚହଳ ପକାଇ ଥିବା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ୭ଦିନ ପରେ ମେଡ଼ିକାଲରୁ ଫେରିଲେ ୩ମହିଳା । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୬ ଜଣ ବ୍ରହ୍ମପୁର ପରେ ସେଠାରୁ ୨ଜଣ କଟକରେ ଚିକିତ୍ସାଧୀନ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି l ସେମାନେ ହେଲେ ସୁଷମା ପାଟମାଝୀ, ଜୀବନ୍ତି ମାଝୀ ଏବଂ ପ୍ରଭାତୀ ପାଟମାଝୀ । ସେମାନେ ବ୍ରହ୍ମପୁରରେ ଚିକିତ୍ସା ହୋଇ ସୁସ୍ଥ ହୋଇଫେରିଛନ୍ତି । ଏବେ ମଧ୍ୟ ଜଣେ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ରହିଥିବା ବେଳେ କଟକ ଏସ୍‌ସିବିରେ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ପରିବାର ପକ୍ଷରୁ ଜଣାପଡ଼ିଛି । ୩ ଜଣ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ଦେଖିବା ପାଇଁ ବନ୍ଧୁ ପରିଜନ ଓ ଘଟଣା ସମ୍ପର୍କରେ ଶୁଣିଥିବା ବ୍ୟକ୍ତିମାନେ ମାଣ୍ଡିପଙ୍କାରେ ଭିଡ଼ ଜମାଇଛନ୍ତି । ସେମାନେ ଗ୍ରାମରେ ପହଞ୍ଚିବା ପରେ ସ୍ୱାସ୍ଥ୍ୟ କର୍ମୀ, ଏଏନଏମ ଓ ଆଶା କର୍ମୀମାନେ ତାଙ୍କର ଯତ୍ନ ନେଉଥିବା ଏବଂ ଖାଦ୍ୟ ପାନ ସମ୍ପର୍କରେ ସେମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି ।