କରମ ଡିହି ଗ୍ରାମ ପଞ୍ଚାୟତ ସମ୍ମୁଖ ଗୀତା ପଡ଼ାରେ ପାଞ୍ଚ ଜଣଙ୍କୁ ନିର୍ମମ ହତ୍ୟା: ହତ୍ୟାକାରୀ ଫେରାର, ପୁଲିସର ତଦନ୍ତ ଜାରି…
ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଗତ ରାତି ପ୍ରାୟ ଘ ୧୨.୩୦ମି ସମୟରେ ପୁଲିସର ବହୁ ସଂଖ୍ୟକ ଗାଡ଼ି ପହଞ୍ଚିବାରୁ ଲୋକେ ଘଟଣା ଜାଣିବା ପରେ ଗଣ ମାଧ୍ୟମକୁ ଜଣାଇ ଥିଲେ । ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମ ଡିହି ଗ୍ରାମ ପଞ୍ଚାୟତ କର୍ଯ୍ୟାଳୟ ସମ୍ମୁଖ ଗୀତା ପଡ଼ାରେ ଘଟିଛି ଏହି ସିରିଜ୍ ନର ସଂହାର । କେହି ବା କେତେଜଣ ଏହି କାଣ୍ଡ ଭିଆଇ ଫେରାର ମାରି ଥିବା ଅନୁମାନ କରାଯାଉଛି । ପାଞ୍ଚ ଜଣ ବନଞ୍ଜରାଙ୍କୁ ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ତିନି ଜଣ ମହିଳା ଅଛନ୍ତି । ସମସ୍ତଙ୍କ ବୟସ ୨୫ରୁ ୪୫ ମଧ୍ୟରେ ହୋଇଥବା କଥା ଅନୁମାନ କରିଛି ପୁଲିସ । ଏହି ଘଟଣା ୨୯ ତାରିଖ ରାତି ପ୍ରାୟ ୧୧ ଟା ପାଖାପାଖି ଘଟିଥିବା କଥା ସନ୍ଧେହ କରଛି ପୁଲିସ । ସୂଚନା ପାଇବାପରେ ଏସପି ପ୍ରତ୍ୟୁଷ ଦିବାକର, ସଦର ଏସଡିପିଓ ହିମାଂଶୁ ଭୂଷଣ ବେହେରା, ଟାଉନ ଥାନା ଅଧିକାରୀ, ସଦର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଳାର ସମସ୍ତ ସୀମାନ୍ତ ଅଞ୍ଚଳକୁ ନକାବନ୍ଦି କରାଯାଇଛି । ଏହା ସହ ବିଜୁ ଏକ୍ସ ପ୍ରେସ ୱେ ଦେଇ ଯାଉଥିବା ସମସ୍ତ ଯାନକୁ ଯାଞ୍ଚ କରିବା ପାଇଁ ଏସପି କଡ଼ା ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।