ଟାଟା ଷ୍ଟିଲ ଫାଉଡେସନ ତରଫରୁ କାତି ପ୍ରିମିୟର ଲିଗ ଫାଇନାଲ ମ୍ଯାଚ୍ ୨୦୨୪ ଅନୁଷ୍ଠିତ…..

ରାଇରଙ୍ଗପୁର(ଉତ୍ତମ ରାମ): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାର ଅନନ୍ଯ ଖେଳ କାତି l ଏହି ପାରମ୍ପାରିକ ଖେଳ ଦ୍ବାରା ଆଦିବାସୀ ସଂପ୍ରଦାୟ ବେଶ ସୁନାମ ଅର୍ଜନ କରିବା ସହିତ ଦେଶ ବିଦେଶରେ ନାଁ ଅର୍ଜନ  କରିଛନ୍ତି l ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ  ଅଧିନସ୍ତ ରାଇରଙ୍ଗପୁର ସହର  ନିକଟସ୍ତ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମମାଟି ଦାଣ୍ଡବୋଷ ଠାରେ ଟାଟା ଷ୍ଟିଲ ଫାଉଡେସନ ତରଫରୁ କାତି ପ୍ରିମିୟର ଲିଗ ଫାଇନାଲ ମ୍ଯାଚ୍ ୨୦୨୪ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ଯଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ ଓ ଜଙ୍ଗଲ, ଜଳବାୟୁ ଓ ପରିବେଶ ବିଭାଗ ଅଧିକାରୀ ତଥା ମିଡିଆ ପ୍ରଭାରୀ ମନୋରଂଜନ ତିରିଆ ପ୍ରମୁଖ ଉପସ୍ଥିତ ଥିଲେ l ଅତିଥିଗଣ ମହାନ ବ୍ଯକ୍ତିତ୍ବ ରତନ ଟାଟାଙ୍କ ବିଷୟରେ ଅତୀତ ରୋମାନ୍ଥନ କରିବା ପରେ କାତିଖେଳ ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ଯ ପ୍ରଦାନ କରିଥିଲେ l ଏହାପରେ  କାତି ଖେଳ ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କ ପାଖକୁ ଯାଇ ଭାବ ବିନିମୟ କରିବା ପରେ ଆନୁଷ୍ଠାନିକ କାତି ଖେଳକୁ ଶୁଭାରମ୍ଭ କରିଥିଲେ l ଏଥିରେ ଜୁନିୟର ଓ ସିନିୟର ଗ୍ରୁଫ୍ ଭାବେ  ସମୁଦାୟ ୪୮ ଜଣ  ପ୍ରତିଯୋଗୀ ଦଳ ସୁଦୂର ଝାଡଖଣ୍ଡ ଓ ଓଡିଶା ରାଜ୍ଯର ବିଭିନ୍ନ ସ୍ଥାନରୁ ଆସି ପ୍ରତିଯୋଗିତାରେଅଂଶଗ୍ରହଣ କରିଥିଲେ l ଉକ୍ତ ଖେଳରେ ବିଜୟୀ ଦଳଙ୍କୁ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିବା ବେଳେ ଅନ୍ଯଦଳମାନଙ୍କୁ ସାନ୍ତ୍ବନାମୂଳକ ପୁରସ୍କାର ଦେଇ ପୁରସ୍କୁତ କରାଯାଇଥିଲା l ଏହି ଫାଇନାଲ  କ୍ରୀଡା ପ୍ରତିଯୋଗିତାରେ ଟାଟା ଷ୍ଟିଲ ଫାଉଡେସନ ଜାମସେଦପୁର ମ୍ଯାନେଜର ଶିବ ଶଙ୍କର କାନଡେୟଂ, ଆନନ୍ଦ ବୋଇପାଇ, ସିନିୟର ସହାୟକ ରାମଚନ୍ଦ୍ର ଟୁଡୁ, ବିରେନ ଟିଉ ଓ ୱାଇଆରପି ରିତେଶ ଟୁଡୁ , ପାସି ସିଦ ଚାନ୍ଦ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁ ମହଲ ମଡୱା ଦାଣ୍ଡବୋଷର ସଭାପତି ଭୀମୱାର ମୁର୍ମୁ, ସଂପାଦକ ବିମଲ ମୁର୍ମୁ ଏବଂ ଅନ୍ଯାନ୍ଯ ସଦସ୍ଯଗଣ ତଥା ଦାଣ୍ଡବୋଷ ଗ୍ରାମର ମାଝିବାବା ଘାସିରାମ ମୁର୍ମୁ ପ୍ରମୁଖ  ଯୋଗ ଦେଇ  କ୍ରୀଡା ପରିଚାଳନା କରିଥିଲେ l ଏହି କ୍ରୀଡା ପ୍ରତିଯୋଗିତା ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତର ଲୋକମାନଙ୍କର ପ୍ରବଳ ଭିଡ ଦେଖାଯାଇଥିଲା l