ଦୁର୍ଗମ ଗଡର ଗ୍ରାମର ଆଦିବାସୀ ପୁଅ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ…

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ଏକ ଦୁର୍ଗମ ଆଦିବାସୀ ବହୁଳ ଜିଲ୍ଲା l ଏଠାରେ ଅନେକ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ପଛୁଆ l କିନ୍ତୁ ଆଜି ଏହି ଦୁର୍ଗମ ଅଞ୍ଚଳର ଜଣେ ଯୁବକ ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ହୋଇଛନ୍ତି l ଦୁର୍ଗମ ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଛେଲାଗଡ଼ ପଞ୍ଚାୟତ ଗଡର ଗ୍ରାମର ଦୁଖା ପୂଜାରୀଙ୍କ ପୁତ୍ର କଳିଙ୍ଗ କୁମାର ପୂଜାରୀ । କଳିଙ୍ଗ ଜଣେ ଆଦିବାସୀ ବହୁଳ ଗ୍ରାମ ଗଡର ଗ୍ରାମର ଜଣେ ଆଦିବାସୀ ଯୁବକ । ବାପା ଜଣେ ଅବସର ପ୍ରାପ୍ତ ସେକ୍ସନ ଅଫିସର ଥିବା ବେଳେ ମାଁ ଜଣେ ଶିକ୍ଷୟତ୍ରୀ । କଳିଙ୍ଗ ରାୟଗଡ଼ା ଜିଲ୍ଲାରେ ଅଡିଟର ଥିବା ସହ ଓଏଏସ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ଅନେକ ଥର ବିଫଳ ହୋଇଥିଲେ ମଧ୍ୟ ,ସେ ନିଜର ଚେଷ୍ଟା ଜାରିରଖି ୨୦୨୨ ପରୀକ୍ଷାରେ ସଫଳ ହୋଇ ୫୫୮ ରାଙ୍କ୍ ରଖିଛନ୍ତି । ଏହି ଖବର ପାଇବା ପରେ ନିଜ ପରିବାର ସହ ନିଜ ଅଞ୍ଚଳ ବାସୀ ଅନେକ ଖୁସି ଅନୁଭବ କରିବାସହ ତାଙ୍କୁ ନିଜ ଗ୍ରାମରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରିବାସହ ସଙ୍କୀର୍ତ୍ତନ କରି ଗ୍ରାମ ପରିକ୍ରମା କରାଇଥିଲେ । ନିଜ ପଞ୍ଚାୟତ ରେ ସେ ପ୍ରଥମ ଯୁବକ ଯେକି ଏହି ପରୀକ୍ଷାରେ କୃତୀତ୍ବ ଲାଭକରିଛନ୍ତି । ଏହି କୃତୀତ୍ବ ନିଜ ଗ୍ରାମ ତଥା ନିଜ ଅଞ୍ଚଳ ଲାଗି ଗୌରବ ବୋଲି କହି ଛନ୍ତି ଅଞ୍ଚଳବାସୀ ଓ ଆଦିବାସୀ କର୍ମଚାରୀ ସଂଘ ।