ମୋହନା( ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ମୋହନା ସାମ୍ବାଦିକ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି I ସଂଘ ସଭାପତି ପଞ୍ଚାନନ ଦାସଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ସୁମନ ପଟ୍ଟନାୟକଙ୍କ ସଂଯୋଜନାରେ ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ସମସ୍ୟା ଭିତ୍ତିକ ବିଷୟ ବସ୍ତୁ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା I ଆଗାମୀ ଦିନରେ ମୋହନା ପ୍ରେସ କ୍ଲବ ପକ୍ଷରୁ ଆର୍ ଉଦୟଗିରି ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବାକୁ ସଂଘ ନିଷ୍ପତି ନେଇଛି I ବୈଠକରେ ସଂଘ ଉପ ସଭାପତି ନୃସିଂହ ନାଥ ପୂଜାରୀ ସହ ସମ୍ପାଦକ ଅଂଶୁମାନ ପଣ୍ଡା ଉପଦେଷ୍ଠା ଲକ୍ଷ୍ମଣ ଚୌଧୁରୀ ବରିଷ୍ଠ ସଦସ୍ୟ ବାବୁଲା ସେଠୀ, ବାଦଲ ବେହେରା, ସଦସ୍ୟ ମଜେସ ରଇତ, ଧୀରେନ୍ଦ୍ର ନାୟକ, ବିମଳ ମଲ୍ଲିକ ପ୍ରମୋଦ ଦୋରା, ସୁକାନ୍ତ ରଥ, ବର୍ଷା ରାଣୀ ମହାଙ୍କୁଡ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକରେ ସମସ୍ତ ବିଷୟରେ ଆଲୋଚନା କରାଯାଇଥିଲା ଏବଂ ମୋହନା ପ୍ରେସ କ୍ଲବକୁ ସୁଦୃଢ଼ କରିବାକୁ ସଂଘ ନିଷ୍ପତି ନିଆଯାଇଥିଲା ।