ଘୁ.ଉଦୟଗିରିରୁ ବସୁଧା ପ୍ରଧାନ ଓ ରାଇକିଆରୁ ଶେର୍ଲି ପ୍ରଧାନ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ…

ଅନୁସନ୍ଧାନ ଭାରତ(ବ୍ୟୁର): ଓଏଏସ ପରୀକ୍ଷାରେ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତ ବାଡେନାଜୁ ଗ୍ରାମର ବସୁଧା ପ୍ରଧାନ, ପିତା ବଳରାମ ପ୍ରଧାନ,<span;> ମାତା- ସେବତୀ ପ୍ରଧାନ ଓଡିଶା ପ୍ରଶାସନିକ ସେବା ୨୦୨୨ ରେ ୬୪୧ ରେଙ୍କ ସହ କୃତକାର୍ଯ୍ୟ ହୋଇଛନ୍ତି । ସୁଶ୍ରୀ ବସୁଧା ସରସ୍ୱତୀ ଶିଶୁ ମନ୍ଦିର ରେ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପାଠ ପଢ଼ି ୯୨ ପ୍ରତିଶତ ମାର୍କ ରଖି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିଲେ। +୨ରେ ୭୫ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହ ଭୁବନେଶ୍ୱର ଓୟୁଟି ଫରେଷ୍ଟ୍ରଇ ପାଠ ପଢ଼ି ପିଜିରେ ଗୋଲଡ଼ ମେଡାଲିଷ୍ଟ ହୋଇଛନ୍ତି । ଏହି ସଫଳତା ପାଇଁ ନିଜ ପିତା ମାତା, ବନ୍ଧୁ ପରିଜନ, ସାଙ୍ଗ ସାଥି ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେବା ସହ କୃତଜ୍ଞତା ଜଣାଇଥିଲେ। ସେହି ପରି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା 2024ରେ ରାଇକିଆ ବ୍ଲକ ସୁଗଡବାଡ଼ି ସରପଞ୍ଚ ଶ୍ରି ସୁରଞ୍ଜନ ପ୍ରଧାନ (ବର୍ତମାନ ସୁଗଡ଼ବାଡି ପଞ୍ଚାୟତର ସରପଞ୍ଚ)ଙ୍କ ଝିଅ ଶେର୍ଲି ପ୍ରଧାନ 625  ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି l ବାପାଙ୍କ ଭଲି ଝିଅ ମଧ୍ଯ ସାମାଜ ସେବାରେ ପ୍ରତିଟି ମୁହୂର୍ତ୍ତ ସମର୍ପିତ ହେବେ ବୋଲି କହିଛନ୍ତି ମିସ ସେର୍ଲି । ଯାହାକୁ ନେଇ ରାଇକିଆ ବ୍ଲକରେ ଖୁସିର ମହଲ ଏବଂ ସେର୍ଲିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବର୍ତ୍ତମାନ ସୁଦ୍ଧା ଘୁ.ଉଦୟଗିରିରୁ ତିନି ଜଣ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଥିବା ସୂଚନା ମିଳିଛି l